ମଣ୍ଡି: ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କ ପତ୍ନୀଙ୍କର ଇଷ୍ଟାଗ୍ରାମ ଆକାଉଣ୍ଟରେ 5 ବର୍ଷୀୟ ଝିଅକୁ ଦୁଷ୍କର୍ମ ଧମକ ମିଳିଛି । ଏହାକୁ ନେଇ ଧୋନି ଫ୍ୟାନ୍ସଙ୍କ ସମେତ ଦେଶର ଅଗଣିତ କ୍ରିକେଟ ପ୍ରେମୀ ପ୍ରତିକ୍ରିୟାଶୀଳ ହୋଇଛନ୍ତି । ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଲଗାତାର ଦାବି ହେଉଛି ।
ମହେନ୍ଦ୍ର ସିଂ ଧୋନିଙ୍କ ମୁଖ୍ୟ ସୁରକ୍ଷା ଅଧିକାରୀ ରହିଥିବା ହାମଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ମୁକେଶ ଠାକୁର ଏହି ଘଟଣାରେ ମର୍ମାହତ ହେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
ମୁକେଶ ଠାକୁର କହିଛନ୍ତି, ହାର ଜିତ ଖେଳର ଏକ ଅଂଶ । ଗୋଟିଏ ବଲରେ ହିଁ ବିଜୟ ପରାଜୟ ନିଶ୍ଚିନ୍ତ ହେଇଯାଇଥାଏ । ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ପରାଜୟ ପରେ ଧୋନିଙ୍କ 5 ବର୍ଷର ଝିଅକୁ ଦୁଷ୍କର୍ମ ଧମକ ମିଳିବା ଲଜ୍ଜାଜନକ ଘଟଣା । କୁନି ଝିଅକୁ ବର୍ତ୍ତମାନ ଦୁଷ୍କର୍ମର ଅର୍ଥ ଜଣାନାହିଁ ମାତ୍ର ତାକୁ ଧମକ ମିଳୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ