ETV Bharat / sports

100ତମ ଶତକ ପୂରଣକୁ 9 ବର୍ଷ, ପୂର୍ବତନ କ୍ରିକେଟରଙ୍କ ଶୁଭେଛା

author img

By

Published : Mar 17, 2021, 9:32 PM IST

କ୍ରିକେଟ ଇତିହାସରେ 100ତମ ଶତକ ପୂରଣ କରିଥିଲେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ଏହାକୁ ନେଇ ଏହି ମହାନ କ୍ରିକେଟରଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ଅଧିକ ପଢ଼ନ୍ତୁ...

100ତମ ଶତକ ପୂରଣକୁ 9 ବର୍ଷ, ପୂର୍ବତନ କ୍ରିକେଟରଙ୍କ ଶୁଭେଛା
100ତମ ଶତକ ପୂରଣକୁ 9 ବର୍ଷ, ପୂର୍ବତନ କ୍ରିକେଟରଙ୍କ ଶୁଭେଛା

ରାୟପୁର: କ୍ରିକେଟ ଇତିହାସରେ 100ତମ ଶତକ ପୂରଣ କରିଥିଲେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ଏହି କୀର୍ତ୍ତିମାନକୁ 9 ବର୍ଷ ପୂର୍ତ୍ତି ହୋଇଛି। ଏହାକୁ ନେଇ ଏହି ମହାନ କ୍ରିକେଟରଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। 2012 ମସିହା ଏସିଆ କପରେ ବାଂଲାଦେଶ ବିପକ୍ଷରେ ସେ ନିଜର 100ତମ ଶତକ ହାସଲ କରିବାରେ ସକ୍ଷମ ହୋଇଥିଲେ। ଶେର-ଏ-ବାଂଲା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇଥିଲା।

ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇର୍ଫାନ ପଠାନ ସଚିନ ତେନ୍ଦୁଲକରଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, "ସଚିନ ପାଜୀ ଯେତେବେଳେ ଏହି ସମୟରେ ବ୍ୟାଟିଂ କରୁଥିଲେ ମୁଁ ଟିଭିରେ ତାଙ୍କର ଏହି ଇନିଂସ ଦେଖିଥିଲି। ଏହି ଦିନରେ ନିଜର 100ତମ ଶତକ ହାସଲ କରିଥିଲେ ସଚିନ ତେନ୍ଦୁଲକର।"

ସେହିଭଳି ମହମ୍ମଦ କୈଫ ମଧ୍ୟ ଟ୍ବିଟ କରି ସଚିନ ତେନ୍ଦୁଲକରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ବିଟ୍ କରିଛନ୍ତି ଯେ, "ଆମେ କେକ ଖାଇବାକୁ ଯେକୌଣସି ସ୍ଥାନରେ ପହଞ୍ଚି ଯାଉ। କିନ୍ତୁ, ଆଜି ଏମିତି ଏକ ଦିନ ଯେଉଁଠି କେକର ସ୍ବାଦ ଦୁଇଗୁଣା ବଢ଼ି ଯାଇଛି। ଆଜିର ଦିନରେ ସଚିନ ପାଜି ଅନ୍ତର୍ଜାତୀୟ କ୍ରିକେଟରେ 100ତମ ଶତକ ହାସଲ କରିଥିଲେ।"

ବାଲାଂଦେଶ ବିପକ୍ଷରେ 44ତମ ଓଭରରେ 100ତମ ହାସଲ କରିଥିଲେ ସଚିନ ତେନ୍ଦୁଲକର। 147 ବଲରେ 100 ରନ କରି ଭାରତ ସ୍କୋରକୁ 289ରେ ପହଞ୍ଚାଇଥିଲେ ସଚିନ ତେନ୍ଦୁଲକର। ତେବେ ମ୍ୟାଚରେ ଭାରତ 5ୱିକେଟରେ ବାଂଲାଦେଶଠାରୁ ହାରିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.