ETV Bharat / sports

ବୀରୁ ଦେଲେ ଆର୍ଯ୍ୟଭଟ୍ଟଙ୍କୁ ଶ୍ରଦ୍ଧାଞ୍ଜଳି, ନିଜକୁ କଲେ ଟ୍ରୋଲ - ବର୍ମିଂହାମ

8ବର୍ଷ ପୂର୍ବର ଏକ ମ୍ୟାଚକୁ ମନେପକାଇଲେ ବୀରେନ୍ଦ୍ର ସେହ୍ବାଗ। ଟ୍ବିଟ କରି ମହାନ ଗଣିତଜ୍ଞ ଆର୍ଯ୍ୟଭଟ୍ଟଙ୍କୁ ମନେ ପକାଇଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@virendersehwag
author img

By

Published : Aug 13, 2019, 11:43 AM IST

Updated : Aug 13, 2019, 11:58 AM IST

ହାଇଦ୍ରାବାଦ: 8ବର୍ଷ ପୂର୍ବେ ଅଗଷ୍ଟ 12 ତାରିଖ ଦିନ ଟିମ ଇଣ୍ଡିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ଇଂଲଣ୍ଡ ଗସ୍ତରେ ଯାଇଥିଲେ। ସେହି ଦିନ ବର୍ମିଂହାମରେ ଖେଳାଯାଉଥିବା 3ୟ ଟେଷ୍ଟ ମ୍ୟାଚରେ ସେ 2ଟି ପାଳିରେ ଶୂନ୍ୟ ରନରେ ଆଉଟ ହୋଇ ଯାଇଥିଲେ । ତେବେ ତାଙ୍କର ଏହି ଫ୍ଲପ୍‌ ଡେକୁ ଅଲଗା ଅନ୍ଦାଜରେ ନିଜର ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି ବୀରୁ ।

ଜିରୋ ରନ୍‌ରେ 2ଥର ଆଉଟ ହେବାକୁ ଭାରତର ମହାନ ଗଣିତଜ୍ଞ ଆର୍ଯ୍ୟଭଟ୍ଟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି ସେ । ମହାନ ଗଣିତଜ୍ଞ ଆର୍ଯ୍ୟଭଟ୍ଟ '0' ଶୂନ ଅଙ୍କର ଆବିଷ୍କାର କରିଥିଲେ । 2011 ମସିହାରେ ବର୍ମିଂହାମରେ 3ୟ ଟେଷ୍ଟ ମ୍ୟାଚରେ ପ୍ରଥମ ପାଳି ଖେଳିବାକୁ ଆସି ଷ୍ଟୁଆର୍ଟ ବ୍ରଡଙ୍କ ବଲ୍‌ରେ ଶୂନରେ ଆଉଟ ହୋଇ ଯାଇଥିଲେ । ପୁଣି ତାଙ୍କର 2ୟ ପାଳିରେ ମଧ୍ୟ ଜିରୋ ରନରେ ଆଉଟ ହୋଇ ପାଭିଲିୟନକୁ ଫେରିଥିଲେ ।

twitter
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@virendersehwag

ସେହି ଦିନ ଖେଳକୁ ମନେ ପକାଇ ବୀରୁ ଟ୍ବିଟର ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ଯେ, 8ବର୍ଷ ପୂର୍ବେ ଆଜିର ଦିନରେ, ମୁଁ ବର୍ମିଂହାମରେ ଇଂଲଣ୍ଡ ବିପକ୍ଷରେ 2ଥର ଜିରୋ ରନ୍‌ କରି ଆଉଟ ହୋଇଥିଲି । 2 ଦିନର ଯାତ୍ରା ପରେ ଇଂଲଣ୍ଡରେ ପହଞ୍ଚି ପୂରା 188 ଓଭରର ଫିଲ୍ଡିଂ କରିଥିଲି । ଏହା ପରେ ଆର୍ଯ୍ୟଭଟ୍ଟଙ୍କୁ ଶ୍ରଦ୍ଧାଞ୍ଜଳି ଦେଲି । ସେଓ୍ବାଗ 2015ରେ କ୍ରିକେଟରୁ ସନ୍ୟାସ ନେଇଥିଲେ । ଦେଶ ପାଇଁ 104ଟି ଟେଷ୍ଟ ଓ 251 ଦିନିକିଆ ଓ 19ଟି ଟି-20 ମ୍ୟାଚ ଖେଳିଛନ୍ତି।

Intro:Body:

BLANK

Conclusion:
Last Updated : Aug 13, 2019, 11:58 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.