ETV Bharat / sports

ଆଇସିୟୁରେ ପୂର୍ବତନ ଭାରତୀୟ ସ୍ପିନର ବିଏସ ଚନ୍ଦ୍ରଶେଖର

ପୂର୍ବତନ ଭାରତୀୟ କ୍ରିକେଟର ବିଏସ ଚନ୍ଦ୍ରଶେଖରଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡାବାରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।

ଆଇସିୟୁରେ ପୂର୍ବତନ ଭାରତୀୟ ସ୍ପିନର ବିଏସ ଚନ୍ଦ୍ରଶେଖର
ଆଇସିୟୁରେ ପୂର୍ବତନ ଭାରତୀୟ ସ୍ପିନର ବିଏସ ଚନ୍ଦ୍ରଶେଖର
author img

By

Published : Jan 18, 2021, 12:22 PM IST

ବେଙ୍ଗାଲୁରୁ: ପୂର୍ବତନ ଭାରତୀୟ କ୍ରିକେଟର ବିଏସ ଚନ୍ଦ୍ରଶେଖରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ ଆଇସିୟୁରେ ଅଛନ୍ତି ଓ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି କର୍ଣ୍ଣାଟକ ରାଜ୍ୟ କ୍ରିକେଟ ସଂଘର ପ୍ରବକ୍ତା ବିନୟ ସୂଚନା ଦେଇଛନ୍ତି ।

ଆଇସିୟୁରେ ପୂର୍ବତନ ଭାରତୀୟ ସ୍ପିନର ବିଏସ ଚନ୍ଦ୍ରଶେଖର
ଆଇସିୟୁରେ ପୂର୍ବତନ ଭାରତୀୟ ସ୍ପିନର ବିଏସ ଚନ୍ଦ୍ରଶେଖର

ବିଏସଙ୍କ ଧର୍ମପତ୍ନୀ ସନ୍ଧ୍ୟା କହିଛନ୍ତି ଯେ, ସେ ଠିକ୍‌ ଥିଲେ ଓ ମ୍ୟାଚ ଦେଖୁଥିଲେ । ସେହି ସମୟରେ ତାଙ୍କୁ କଥା କହିବାରେ ଅସୁବିଧା ହେବା ସହ ସ୍ବାସ୍ଥ୍ୟବସ୍ଥା ବିଗିଡି ଗଲା । ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା । ସେ ଏବେ ଠିକ୍‌ ଅଛନ୍ତି । 2ଦିନ ପରେ ଘରକୁ ଫେରିବେ ।

ଭାରତର ଏହି ପୂର୍ବତନ କ୍ରିକେଟର 58ଟି ଟେଷ୍ଟ ମ୍ୟାଚ ଖେଳି 242ଟି ଓ୍ବିକେଟ ନେଇଛନ୍ତି । ନିଜ କ୍ୟାରିୟରରେ ଏକମାତ୍ର ଦିନିକିଆ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ ଓ ସେହି ମ୍ୟାଚରେ 36ରନ୍‌ ଦେଇ 3ଟି ଓ୍ବିକେଟ ନିଜ ନାଁରେ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.