ସିଡନି: ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ଗ୍ରେମ ୱାଟସନଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 75 ବର୍ଷ ହୋଇଥିଲା । ଦୀର୍ଘ ଦିନ ଧରି କ୍ୟାନସର ସହ ସଂଗ୍ରାମ କରୁଥିଲେ ୱାଟସନ ।
ଗ୍ରେମ ୱାଟସନ ଅଷ୍ଟ୍ରେଲିଆ କ୍ରିକେଟ ଟିମର ଜଣେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଥିଲେ । ସେ ବର୍ଷ 1967ରୁ 1972 ମଧ୍ୟରେ 5ଟି ଟେଷ୍ଟ ଓ 2ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଛନ୍ତି । 1966-67ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଡେବ୍ୟୁ ମ୍ୟାଚରେ ଅର୍ଧଶତକ ହାସଲ କରିଥିଲେ ଗ୍ରେମ ୱାଟସନ ।