ମେଲବୋର୍ଣ୍ଣ: ପରଲୋକରେ ଅଷ୍ଟ୍ରେଲିଆର ମହିଳା କ୍ରିକେଟ ଟିମର ପୂର୍ବତନ ୱିକେଟକିପର ବ୍ୟାଟ୍ସମ୍ୟାନ ଲୋରନା ବିଲ । ମୃତ୍ୟୁ ବେଳକୁ ତାଙ୍କୁ 96 ବର୍ଷ ବୟସ ହୋଇଥିଲା । ଅଷ୍ଟ୍ରେଲିଆ ପାଇଁ ସେ 7ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ୱେଂଲିଟନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ଟେଷ୍ଟ ଡେବ୍ୟୁ କରିଥିଲେ ।
ବର୍ଷ 1923ରେ ମେଲବୋର୍ଣ୍ଣରେ ବିଲଙ୍କର ଜନ୍ମ ହୋଇଥିଲା । ମାତ୍ର 12 ବର୍ଷ ବୟସରକୁ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ପରେ ସାଉଥ ହାୱଥ୍ରୋନ ମହିଳା କ୍ରିକେଟ କ୍ଳବରେ ଯୋଗ ଦେଇଥିଲେ । ପରେ କ୍ଳବର କ୍ୟାପଟେନ ମଧ୍ୟ ହୋଇଥିଲେ । ଅବସର ପରେ ଭିକ୍ଟୋରିଆ ମହିଳା କ୍ରିକେଟ ଆସୋସିଏସନର ସଦସ୍ୟ ସହ ଅଷ୍ଟ୍ରେଲିଆର ଜାତୀୟ ମହିଳା ଗୋଲ୍ଫ ୟୁନିୟନ କାଉନସିଲର ସଦସ୍ୟ ରହିଛନ୍ତି ।
ବିଲଙ୍କ ମୃତ୍ୟୁରେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ସିଇଓ ନିକ ହକଲେ ଦୁଃଖ ପ୍ରକାଶ କରିଛନ୍ତି ।