ETV Bharat / sports

ସଚିନଙ୍କ ବିଶ୍ବକପ ସ୍କ୍ବାର୍ଡ: 5 ଭାରତୀୟ ସାମିଲ, ନାହନ୍ତି ଧୋନି - ଭାରତୀୟ କ୍ରିକେଟର

କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ନିଜର ବିଶ୍ବକପ ଏକାଦଶ ଚୟନ କରିଛନ୍ତି । ତାଙ୍କ ଏକାଦଶରେ ଏହି 5ଜଣ ଭାରତୀୟ କ୍ରିକେଟରଙ୍କୁ ସାମିଲ କରିଛନ୍ତି । ଯେଉଁଥିରେ ସାମିଲ ନାହାନ୍ତି ଧୋନି ।

ଡିଜାଇନ ଫଟୋ
author img

By

Published : Jul 16, 2019, 7:26 PM IST

ନୂଆଦିଲ୍ଲୀ: ଶେଷ ହୋଇଛି ବିଶ୍ବକପ ମହାକୁମ୍ଭ । ଟାଇଟେଲ ହାତେଇଛି ଆୟୋଜକ ଇଂଲଣ୍ଡ । ତେବେ ବିଶ୍ବକପରେ ଦମଦାର ପ୍ରଦର୍ଶନକୁ ନେଇ ନିଜ ନିଜର ବିଶ୍ବକପ ଏକାଦଶ ଚୟନ କରୁଛନ୍ତି କ୍ରିକେଟ ପଣ୍ଡିତ। ଏହି ଆଧାରରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ନିଜର ବିଶ୍ବକପ ଏକାଦଶ ଚୟନ କରିଛନ୍ତି । ତାଙ୍କ ଏକାଦଶରେ ଏହି 5ଜଣ ଭାରତୀୟ କ୍ରିକେଟରଙ୍କୁ ସାମିଲ କରିଛନ୍ତି । ମାତ୍ର ଯେଉଁ ଖେଳାଳି ଦିନେ ତାଙ୍କ ବିଶ୍ବକପ ଜିତିବା ସ୍ବପ୍ନ ପୁରଣ କରିଥିଲେ, ସେହି ଖେଳାଳିଙ୍କୁ ତାଙ୍କ ଏକାଦଶରେ ସାମିଲ କରିନାହାନ୍ତି ।

ସେହିପରି ତାଙ୍କ ଏକାଦଶର ଅଧିନାୟକ ଭାର ବିଶ୍ବକପ୍‌ ଉପବିଜେତା ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ । ଯେତେବେଳେ ତାଙ୍କ ଏକାଦଶରେ ଭାରତୀୟ ଅଧିନାୟକ ବିରାଟ କୋହଲି ରହିଛନ୍ତି । ତେବେ ବିରାଟଙ୍କ ବ୍ୟତୀତ ତାଙ୍କ ଏକାଦଶରେ ରହିଛନ୍ତି ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମରା। ରୋହିତଙ୍କ ସହ ଓପନର ଭାବେ ଇଂଲିଶ ଓପନର ଜନ୍ନି ବେୟାରଷ୍ଟୋଙ୍କୁ ସେ ଚୟନ କରିଛନ୍ତି ।

3ୟ ସ୍ଥାନରେ ୱିଲିୟମସନ, 4ର୍ଥ ସ୍ଥାନରେ ବିରାଟ, 5ମ ସ୍ଥାନରେ ବାଲାଂଦେଶ ଅଲରାଉଣ୍ଡର ସାକିବ-ଅଲ ହାସନ, 6ଷ୍ଠରେ ଇଂଲିଶ ଅଲରାଉଣ୍ଡର ବେନ ଷ୍ଟୋକ୍ସ, 7ମରେ ହାର୍ଦ୍ଦିକ ପାଣ୍ଡ୍ୟା, 8ମରେ ରବୀନ୍ଦ୍ର ଜାଡେଜା, 9ମରେ ମିଚେଲ ଷ୍ଟାର୍କ, 10ମରେ ଜୋଫ୍ରା ଆର୍ଚର ଓ 11ନମ୍ବର ସ୍ଥାନରେ ବୁମରାଙ୍କୁ ସ୍ଥାନ ଦେଇଛନ୍ତି । ସଚିନଙ୍କ ଟିମ୍‌ରେ ବେୟାରଷ୍ଟୋ ୱିକେଟ କିପର ରହିଛନ୍ତି ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.