ETV Bharat / sports

BCCI ବୈଠକରେ ଯୋଗଦେବେ ମହିଳା ଟିମ୍‌ର ଅଧିନାୟିକା - Women state captains

ଭାରତୀୟ କ୍ରିକେଟ୍‌ରେ ଏହା ପ୍ରଥମଥର ପାଇଁ ଘଟିବାକୁ ଯାଉଛି । ବିସିସିଆଇର କୌଣସି ବୈଠକରେ ମହିଳା କ୍ରିକେଟ ଦଳର କୋଚ୍‌ ଓ ଅଧିନାୟିକା ସାମିଲ ହେବାକୁ ଯାଉଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : May 8, 2019, 11:35 PM IST

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ରେ ଏହା ପ୍ରଥମଥର ପାଇଁ ଘଟିବାକୁ ଯାଉଛି । ବିସିସିଆଇର କୌଣସି ବୈଠକରେ ମହିଳା କ୍ରିକେଟ ଦଳର କୋଚ୍‌ ଓ ଅଧିନାୟିକା ସାମିଲ ହେବାକୁ ଯାଉଛନ୍ତି । ଆସନ୍ତା ୧୭ ତାରିଖରେ ଅୟୋଜିତ ହେବାକୁ ଥିବା "ଘରୋଇ ବାର୍ଷିକ ଅଧିନାୟିକ ଓ ପ୍ରଶିକ୍ଷକଙ୍କ ବୈଠକ"ରେ ସବୁ ରାଜ୍ୟର ମହିଳା ଟିମ୍‌ର ଧିନାୟିକ ଓ ପ୍ରଶିକ୍ଷକ ଯୋଗଦେବେ ।

ତେବେ ସେମାନେ ଏହି କନକ୍ଲେଭ୍‌ରେ ନିଜର ସମସ୍ୟା ଏବଂ ଅନ୍ୟ ପରାମର୍ଶ ବିସିସିଆଇର ପ୍ରଶାସନିକ କମିଟି ଆଗରେ ଉପସ୍ଥାପନ କରିବେ । ପୂର୍ବରୁ ପ୍ରତିବର୍ଷ ବିସିସିଆଇ ପକ୍ଷରୁ ବାର୍ଷିକ ଅଧିନାୟିକ ଓ ପ୍ରଶିକ୍ଷକଙ୍କ ବୈଠକ ଆୟୋଜନ ହେଉଥିଲା । ଏଥିରେ ପୁରୁଷ ଟିମ୍‌ର କୋଚ ଏବଂ ଅଧିନାୟକମାନେ ଯୋଗଦେଉଥିଲେ । ମାତ୍ର ଏହି ନିୟମ ବଦଳିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।

ବିସିସିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ମେ’ ୧୭ ତାରିଖରେ ମୁମ୍ବାଇଠାରେ କନକ୍ଲେଭ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ରାଜ୍ୟର ମହିଳା ଟିମ୍‌ର କୋଚ ଏବଂ ଅଧିନାୟକମାନେ ସେମାନଙ୍କ ପୁରୁଷ ଟିମ୍‌ର ପ୍ରତିନିଧିମାନଙ୍କ ସହ ଯୋଗଦେବେ ।

Intro:Body:

fddf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.