ETV Bharat / sports

ବିସିସିଆଇ ନିର୍ବାଚନ:ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ - Final nomination list published for BCCI Election

ବିସିସିଆଇ ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଯଦିଓ ଏହା ଗତକାଲି ଠାରୁ ହୋଇସାରିଥିଲା, ମାତ୍ର ଆନୁଷ୍ଠାନିକ ଭାବେ ଏହାକୁ ମଙ୍ଗଳବାର ପ୍ରକାଶ କରିଛନ୍ତି ବିସିସିଆଇ ନିର୍ବାଚନ ଅଧିକାରୀ ଏନ. ଗୋପାଳସ୍ବାମୀ।

ବିସିସିଆଇ ନିର୍ବାଚନ
author img

By

Published : Oct 15, 2019, 3:57 PM IST

ମୁମ୍ବାଇ: ବିସିସିଆଇ ନିର୍ବାଚନ ପାଇଁ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଅପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ଭାବେ ସଭାପତି ପଦରେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି, ସମ୍ପାଦକ ପଦ ପାଇଁ ଅମିତ ଶାହାଙ୍କ ପୁଅ ଜୟ ଶାହା ପ୍ରାର୍ଥୀ ହୋଇଛନ୍ତି । ଯଦିଓ ଏହା ଗତକାଲି ଠାରୁ ଚୂଡନ୍ତ ହୋଇସାରିଥିଲା, ମାତ୍ର ଆନୁଷ୍ଠାନିକ ଭାବେ ଏହାକୁ ମଙ୍ଗଳବାର ପ୍ରକାଶ କରିଛନ୍ତି ବିସିସିଆଇ ନିର୍ବାଚନ ଅଧିକାରୀ ଏନ. ଗୋପାଳସ୍ବାମୀ।

ସେହିପରି ଉପସଭାପତି ପଦ ପାଇଁ ମହିମା ବର୍ମା (ଉତ୍ତରାଖଣ୍ଡ କ୍ରିକେଟ ଆସୋସିଏସନ), ଯୁଗ୍ମ ସମ୍ପାଦକ ପଦ ପାଇଁ ଜୟେଶ ଜର୍ଜ( କେରଳ କ୍ରିକେଟ ଆସୋସିଏସନ) ଚୂଡାନ୍ତ ପ୍ରାର୍ଥୀ ହୋଇଛନ୍ତି । ଅନ୍ୟପଟେ ଅରୁଣାଚଳ କ୍ରିକେଟ ଆସୋସିଏନରୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଇ ଅରୁଣ ଧୂମାଲ କୋଷାଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ହୋଇଛନ୍ତି।

ସେହିପରି କାଉନସିଲର ପଦ ପାଇଁ ପ୍ରଭାତ ସିଂ ଭାଟିଆ (ଛତିଗଡ କ୍ରିକେଟ ଆସୋସିଏନ) ପ୍ରାର୍ଥୀ ହୋଇଛନ୍ତି । ଅନ୍ୟପଟେ ସଭାପତି ପଦ ପାଇଁ ଚର୍ଚ୍ଚା ହେଉଥିବା ନାଁ ବ୍ରିଜେଶ ପଟେଲଙ୍କୁ ଗଭନିଂ କାଉନସିଲର ପାଇଁ ପ୍ରାର୍ଥୀ କରାଯାଇଛି। ଗତ ଅକ୍ଟୋବର 14 ଅର୍ଥାତ୍ ସୋମବାର ଥିଲା ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ତାରିଖ।ତେବେ ଆସନ୍ତା 23 ତାରିଖରେ ସିଓଏର ଚୂଡାନ୍ତ ବୈଠକ ବସିବା ପରେ ଏମାନେ ନିର୍ବାଚିତ ହେବେ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.