ETV Bharat / sports

ହକି: ବିଶ୍ବକପ ତୁଳନାରେ କମିଛି FIH କ୍ରେଜ୍‌ - hockey world cup

ଜୁନ 6ରୁ ଆରମ୍ଭ ହୋଇଛି ପୁରୁଷ FIH ସିରିଜ ଫାଇନାଲ୍ସ । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଛି ସମସ୍ତ ମ୍ୟାଚ । ତେବେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର 3ଦିନ ବିତିଲା ପରେ ମଧ୍ୟ FIHକୁ ନେଇ ହକିପ୍ରେମୀଙ୍କ ମଧ୍ୟରେ ସେତେଟା କ୍ରେଜ ଦେଖିବାକୁ ମିଳୁନାହିଁ ବୋଲି ଚର୍ଚ୍ଚା ହେଉଛି ।

ଫଟୋ ସୌଜନ୍ୟ- ପ୍ରତିନିଧି ଭୁନେଶ୍ବର
author img

By

Published : Jun 9, 2019, 6:50 PM IST

Updated : Jun 9, 2019, 7:37 PM IST

ଭୁବନେଶ୍ବର: ହକି ବିଶ୍ବକପକୁ ଗୋଟିଏ ବର୍ଷ ନ ପୁରୁଣୁ ପୁଣିଥରେ ହକିମୟ ହୋଇଛି ରାଜଧାନୀ ଭୁବନେଶ୍ବର । ଜୁନ 6ରୁ ଆରମ୍ଭ ହୋଇଛି ପୁରୁଷ FIH ସିରିଜ ଫାଇନାଲ୍ସ । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଛି ସମସ୍ତ ମ୍ୟାଚ । ତେବେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର 3ଦିନ ବିତିଲା ପରେ ମଧ୍ୟ FIHକୁ ନେଇ ହକିପ୍ରେମୀଙ୍କ ମଧ୍ୟରେ ସେତେଟା କ୍ରେଜ ଦେଖିବାକୁ ମିଳୁନାହିଁ ବୋଲି ଚର୍ଚ୍ଚା ହେଉଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି ଭୁନେଶ୍ବର

ଏହାର ଏକ ଜଳନ୍ତ ଉଦାହରଣ ହେଉଛି ରାଜଧାନୀର ବିଭିନ୍ନ ସ୍ପୋର୍ଟ କର୍ଣ୍ଣରରୁ ବିକ୍ରି ହେଉନି ହକି ଜର୍ସି । ତେବେ ବିଶ୍ବକପ ସମୟରେ ଏହି ଦୋକାନ ଗୁଡିକରେ ଭାରତୀୟ ଓ ବିଭିନ୍ନ ଦଳର ଜର୍ସି, ହକି ଷ୍ଟିକ୍‌ ଭଳି କ୍ରୀଡା ଉପକରଣର ବିକ୍ରି ଜୋର ଧରିଥିଲା । ଫ୍ୟାନ୍ସମାନେ ନିଜ ନିଜର ଫେବରେଟ ଖେଳାଳିଙ୍କ ନାମ ଜର୍ସିରେ ଲେଖି ପଡିଆକୁ ଯାଉଥିଲେ । ମାତ୍ର ଏହି ସବୁ ଦୃଶ୍ୟ ଏବେ ସିରିଜ ଫାଇନାଲ୍ସରେ ଦେଖିବାକୁ ମିଳୁନାହିଁ । ଅନ୍ୟପଟେ ଦୋକାନୀ ମାନେ ମଧ୍ୟ ବ୍ୟବସାୟ ହେବା ଲକ୍ଷ୍ୟରେ ଅଧିକ ମାଲ ଷ୍ଟକ୍‌ କରିସାରିଛନ୍ତି । ମାତ୍ର FIHର କ୍ରେଜ କମ୍‌ ଥିବାରୁ ବ୍ୟବସାୟ ମଧ୍ୟ ସେତେଟା ଭଲ ହେଉନଥିବା କହିଛନ୍ତି ଦୋକାନ ମାଲିକ ।

ତେବେ ଏହା ପଛର କାରଣ ହେଉଛି ପ୍ରମୋସନ । ହକି ବିଶ୍ବକପ ପରି ସରକାରୀ ଓ ବେସରକାରୀ ସ୍ତରରେ FIHର ପ୍ରଚାର ପ୍ରସାର କରାଯାଇ ନଥିବାରୁ ଏହାର ଲୋକପ୍ରିୟତା କମିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Jun 9, 2019, 7:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.