ବିଶାଖାପଟଣା: ଆପିଏଲର ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ଚେନ୍ନାଇ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ସ୍ଥାନୀୟ ଗ୍ରାଉଣ୍ଡରେ ଖେଳାଯାଉଛି । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଚେନ୍ନାଇ ସୁପର କିଙ୍ଗସ । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଦିଲ୍ଲୀକୁ ଲାଗିଛି ପ୍ରାରମ୍ଭିକ ଝଟକା । ଓପନର ପୃଥ୍ବୀ ଶ’ ମାତ୍ର 6 ରନ ଓ ଶିଖର ଧୱନ 18 ରନ କରି ପଭିଲିୟନ ଫେରିଥିବା ବେଳେ ଶ୍ରେୟାସ ଆୟର, ଓ କଲିନ ମୁର୍ନୋ ମଧ୍ୟ ସିଏସକେ ବୋଲରଙ୍କୁ ମୁକାବିଲା କରିବାରେ ବିଫଳ ହୋଇଛନ୍ତି । ଆଜିର ଏହି ମ୍ୟାଚରେ ଯେଉଁ ଟିମ ଜିତିବ ସେ ମୁମ୍ବାଇ ସହ ଫାଇନାଲ ଖେଳିବ ।
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍ସ ଭଲ ପ୍ରଦର୍ଶନ କରି ପ୍ଲେ ଅଫରେ ପହଞ୍ଚି ଥିଲା । ଆଇପିଏଲ ଇତିହାସରେ ସବୁଠାରୁ ସଫଳ ଟିମ ମଧ୍ୟରେ ଗଣନା କରାଯାଉଥିବା ଚେନ୍ନାଇକୁ ତିନିଥର ଆପିଏଲ ବିଜେତା ମୁମ୍ବାଇ ଫ୍ଲେ ଅଫରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ।
ସେପଟେ ନିଜ ପ୍ରଦର୍ଶନରେ ଦିଲ୍ଲୀ କ୍ୟାପିଟାଲ୍ସ ସଭିଙ୍କୁ ଚକିତ କରିଦେଇଛି । ଛଅ ବର୍ଷ ପରେ ପ୍ଲେ ଅଫରେ ସ୍ଥାନ ପାଇଥିବା ଦିଲ୍ଲୀ ପ୍ରଥମ ଥର ନକଆଉଟ ମ୍ୟାଚ ଜିତିଥିଲା । ଫାଇନାଲରୁ ଏବେ ଦିଲ୍ଲୀ ମାତ୍ର ଗୋଟିଏ ପାଦ ଦୂରରେ । ଚେନ୍ନାଇ ଟିମରେ ସବୁ ଅନୁଭବୀ ଖେଳାଳି ରହିଥିବା ବେଳେ ଦିଲ୍ଲୀ ପାଖରେ ଯୁବ ଖେଳାଳି ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ