ETV Bharat / sports

କୋରୋନା ବିପକ୍ଷ ଏହି ଯୁଦ୍ଧ ସମସ୍ତ ବିଶ୍ବକପର ମା’: ରବିଶାସ୍ତ୍ରୀ

ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କୋରୋନା ବିପକ୍ଷ ଏହି ଲଢେଇକୁ "ସମସ୍ତ ବିଶ୍ବକପର ମା" ବୋଲି କହିଛନ୍ତି । ଅଧିକ ପଢନ୍ତୁ...

fight-against-covid-19-mother-of-all-wcs-we-have-to-win-it-ravi-shastri
କୋରୋନା ବିପକ୍ଷ ଏହି ଯୁଦ୍ଧ ସମସ୍ତ ବିଶ୍ବକପର ମା’: ରବିଶାସ୍ତ୍ରୀ
author img

By

Published : Apr 16, 2020, 12:30 AM IST

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କୋରୋନା ବିପକ୍ଷ ଏହି ଲଢେଇକୁ "ସମସ୍ତ ବିଶ୍ବକପର ମା" ବୋଲି କହିଛନ୍ତି । ଯାହାକୁ ଦେଶବାସୀଙ୍କୁ ଏକାଠି ହୋଇ ଜିତିବାକୁ ପଡିବ ବୋଲି ମଧ୍ୟ ଶାସ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ବୁଧବାର ଶାସ୍ତ୍ରୀ ତାଙ୍କ ଟ୍ବିଟର ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ କୋରୋନା ଭାଇରସ ବିସ୍ତାରକୁ ରୋକିବା ପାଇଁ ଲୋକଙ୍କୁ ସରକାରଙ୍କ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରିଛନ୍ତି । ଶାସ୍ତ୍ରୀ କହିଛନ୍ତି ଯେ କୋଭିଡ-19 ଆମକୁ ଏପରି ସ୍ଥିତିରେ ରଖିଛି ଯେଉଁଠାରେ ଆମେ ନିଜ ଘରର ଚାରି କାନ୍ଥ ମଧ୍ୟରେ ଆବଦ୍ଧ ହୋଇ ରହୁଛୁ ।

ଶାସ୍ତ୍ରୀ କହିଛନ୍ତି, ‘‘କୋରୋନା ଭାଇରସ୍ ସହିତ ଏହି ମୁକାବିଲା କ୍ରିକେଟ ବିଶ୍ବକପ୍ ଯୁଦ୍ଧ ପରି । ଯେଉଁଠାରେ ଆପଣ ଜିତିବା ପାଇଁ ଆପଣଙ୍କ ସବୁ କିଛି ବାଜିରେ ଲଗାଇ ଦିଅନ୍ତି । ତେବେ ବର୍ତ୍ତମାନ ଆମେ ଯାହା ସମ୍ମୁଖିନ କରୁଛେ, ତାହା କୌଣସି ସାଧାରଣ ବିଶ୍ବକପ ନୁହେଁ । ଏହା ହେଉଛି ସମସ୍ତ ବିଶ୍ବକପର ମା । ଯେଉଁଠାରେ କେବଳ 11 ଜଣ ଖେଳୁ ନାହାଁନ୍ତି । ବରଂ 1.4 (1.3) ବିଲିୟନ ଖେଳାଳି ଏହାକୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।’’

ଶାସ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ‘‘ବନ୍ଧୁମାନେ ଆମେ ଏହା ଜିତି ପାରିବା । ଏଥିପାଇଁ ଆମକୁ ମୌଳିକତା ପାଳନ କରିବାକୁ ପଡିବ । ପ୍ରଧାନମନ୍ତ୍ରୀଙ୍କ ସମସ୍ତ ନିର୍ଦ୍ଦେଶ ପାଳନ କରିବାକୁ ପଡିବ । ଏହି ଲଢ଼େଇ ନିଜ ଜୀବନକୁ ବିପଦରେ ପକାଉଥିବା ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ସମ୍ମାନ ଦେବା ଆବଶ୍ୟକ । ଉପରୁ ଆସୁଥିବା ଆଦେଶକୁ ତୁମକୁ ମାନିବାକୁ ପଡ଼ିବ । ସେ କେନ୍ଦ୍ର ହେଉ, ରାଜ୍ୟ ହେଉ କିମ୍ବା ଫ୍ରଣ୍ଟଲାଇନ କର୍ମଚାରୀ, ଯେଉଁମାନେ ନିଜ ଜୀବନକୁ ବିପଦରେ ପକାଉଛନ୍ତି ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.