ETV Bharat / sports

ମହଙ୍ଗା ପଡିଲା ଟେଲରଙ୍କ କ୍ୟାଚ, ପ୍ରଦର୍ଶନରେ ନାଖୁସ ଫିଲ୍ଡିଂ କୋଚ - ନାଖୁସ ଫିଲ୍ଡିଂ କୋଚ ନ୍ୟୁଜ

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଖରାପ ଫିଲ୍ଡିଂରେ ଅସନ୍ତୋଷ ଜାହିର କରିଛନ୍ତି ଟିମ ଇଣ୍ଡିଆ ଫିଲ୍ଡିଂ କୋଚ ଆର ଶ୍ରୀଧର ।

Fielding coach disappointed
ମହଙ୍ଗା ପଡିଲା ଟେଲରଙ୍କ କ୍ୟାଚ
author img

By

Published : Feb 7, 2020, 10:08 AM IST

Updated : Feb 7, 2020, 10:40 AM IST

ଅକଲାଣ୍ଡ: 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ 1-0ରେ ଆଗୁଆ ରହିଛି ନ୍ୟୁଜିଲାଣ୍ଡ । ଭାରତୀୟ ଦଳ ରଖିଥିବା 348 ରନର ବିଶାଳ ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିଥିଲା ଘରୋଇ ଦଳ ।

Fielding coach disappointed
ନିରାଶ କ୍ୟାପଟେନ

ନ୍ୟୁଜିଲାଣ୍ଡ ଇଂନିସରେ ଏକାଧିକ କ୍ୟାଚ ଓ ରନ ଆଉଟ ହାତ ଛଡା କରିବା ଭାରତକୁ ମହଙ୍ଗା ପଡିଥିଲା । ଫଳରେ ହେନରୀ ନିକୋଲାସ, ରସ ଟେଲର ଓ ଟମ ଲାଥମ ବଡ ସ୍କୋର କରିବାରେ ସମର୍ଥ ହୋଇଥିଲେ । ଟେଲର ଅପରାଜିତ ଶତକୀୟ ଇଂନିସ ସହ ଦଳକୁ ବିଜୟୀ କରାଇଥିଲେ ।

Fielding coach disappointed
ୱାସିଂଟନ ସୁନ୍ଦର

ଖରାପ ଫିଲ୍ଡିଂରେ ଅସନ୍ତୋଷ ଜାହିର କରିଛନ୍ତି ଟିମ ଇଣ୍ଡିଆ ଫିଲ୍ଡିଂ କୋଚ ଆର ଶ୍ରୀଧର। 2019 ବିଶ୍ବକପରେ ଭାରତୀୟ ଦଳର ଫିଲ୍ଡିଂ ଶ୍ରେଷ୍ଠ ରହିଥିଲା । ପରେ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଫିଲ୍ଡିଂର ମାନ ସମାନ ଧରଣର ହୋଇନଥିଲା । ସେଥିପାଇଁ ଫିଲ୍ଡିଂ ମାନକୁ ବୃଦ୍ଧିକରିବାକୁ ହେବ କହିଛନ୍ତି ଫିଲ୍ଟିଂ କୋଚ ଆର ଶ୍ରୀଧର ।

Fielding coach disappointed
ରୋହିତ ଶର୍ମା-ଶ୍ରେୟସ ଆୟର
Fielding coach disappointed
ଲୋକେଶ ରାହୁଲ

ପ୍ରଥମ ଦିନିକିଆରେ ସ୍ପିନର କୁଲଦୀପ ଯାଦବ ରସ ଟେଲରଙ୍କ ଏକ କ୍ୟାଚକୁ ହାତଛଡା କରିଥିଲେ । ଫଳରେ ନ୍ୟୁଜିଲାଣ୍ଡ 50 ଓଭରର ମ୍ୟାଚରେ ରେକର୍ଡ ରନ ଚେଜ କରିବାରେ ସଫଳ ହୋଇଥିଲା । ପରେ ହେନରୀ ନିକୋଲାସଙ୍କୁ ଏକ ଅବିଶ୍ବସନୀୟ ରନ ଆଉଟ କରିଥିଲେ କ୍ୟାପଟେନ କୋହଲି । ଏକାଧିକ ନିଶ୍ଚିନ୍ତ ରନଆଉଟ ସୁଯୋଗକୁ ଭାରତୀୟ ଫିଲ୍ଡର ହାତଛଡା କରିଥିଲେ । ଫଳରେ ଭାରତ ହାତରୁ ମ୍ୟାଚ ଚାଲିଯାଇଥିଲା । 2ୟ ଦିନିକିଆ ଫେବୃୟାରୀ 8 ତାରିଖ ଶନିବାର ଖେଳାଯିବ।

ଭିଡିଓ ସୌଜନ୍ୟ: ANI

Intro:Body:

BLANK FOR LINK

Conclusion:
Last Updated : Feb 7, 2020, 10:40 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.