ETV Bharat / sports

ସଚିନଙ୍କ ସମର୍ଥନରେ ଏକଜୁଟ ହେଲେ ଫ୍ୟାନ

author img

By

Published : Feb 10, 2021, 7:45 PM IST

କ୍ରକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସମର୍ଥନରେ ତାଙ୍କ ବାସ ଭବନ ସମ୍ମୁଖରେ ଏକଜୁଟ ହେଲେ ଫ୍ୟାନ। ରାଜନୀତି ଷଡ଼ଯନ୍ତ୍ର ଯୋଗୁଁ ଚାଷୀ ଆନ୍ଦୋଳନ ନେଇ ସଚିନ ଟ୍ବିଟ କିରଥିବା ନେଇ ମହାରାଷ୍ଟ୍ର ସରକାର କହିଥିଲେ। ଅଧିକ ପଢ଼ନ୍ତୁ...

Fans in support of Sachin Tendulkar protested the tweet check in maharashtra
ସଚିନଙ୍କ ସମର୍ଥନରେ ଏକଜୁଟ ହେଲେ ଫ୍ୟାନ

ମୁମ୍ବାଇ: କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସମର୍ଥନରେ ତାଙ୍କ ବାସଭବନ ସମ୍ମୁଖରେ ଏକଜୁଟ ହେଲେ ଫ୍ୟାନ। ନୂତନ କୃଷି ଆଇନକୁ ନେଇ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଜାରି ରହିଥିବା ବେଳେ ଏହାକୁ ନେଇ ପପଷ୍ଟାର ରିହାନା ଟ୍ବିଟ କରିଥିଲେ। ଏହାର ଜବାବରେ ସଚିନ ମଧ୍ୟ ଟ୍ବିଟ କରି ପରୋକ୍ଷ ଭାବରେ ତାଙ୍କୁ ଜବାବ ଦେଇଥିଲେ। ସଚିନଙ୍କ ଟ୍ବିଟରେ ମହାରାଷ୍ଟ୍ରରେ ରାଜନୀତି ସରଗରମ ରହିଛି। କୌଣସି ରାଜନୀତି ଷଡ଼ଯନ୍ତ୍ର ଯୋଗୁଁ ସଚିନ ଟ୍ବିଟ କରିଥିବା ନେଇ ମହାରାଷ୍ଟ୍ର ସରକାର କହିଥିଲେ।

ସଚିନଙ୍କ ସମର୍ଥନରେ ଏକଜୁଟ ହେଲେ ଫ୍ୟାନ

ଏହାକୁ ସଚିନଙ୍କ ଫ୍ୟାନ ନାପସନ୍ଦ କରିଛନ୍ତି। ବାନ୍ଦ୍ରା ପେରୀ ଫ୍ରାନ୍ସ ରୋଡସ୍ଥିତ ସଚିନଙ୍କ ବାସଭବନରେ ଫ୍ୟାନମାନେ ଏକଜୁଟ ହେବା ସହ ସଚିନଙ୍କ ସମର୍ଥନରେ ସ୍ଲୋଗାନ ଦେଇଥିଲେ। କ୍ରିକେଟ କିଟ ପିନ୍ଧି ହାତରେ ପ୍ଲାକାର୍ଡ ଧରି ଶତାଧିକ ସମର୍ଥକ ସଚିନଙ୍କ ବାସଭବନ ସମ୍ମୁଖରେ ଦେଖିବାକୁ ମିଳିଥିଲା। ସଚିନଙ୍କ ଟ୍ବିଟକୁ ନେଇ ତଦନ୍ତ କରିବା କଥା କହିଥିଲେ ମହାରାଷ୍ଟ୍ର ମନ୍ତ୍ରୀ ଅନିଲେ ଦେଶମୁଖ। ଜାଣିଶୁଣି ସଚିନଙ୍କୁ ହୀନ ରାଜନୀତି ଭିତରକୁ ଟଣା ଯାଉଛି ବୋଲି ସଚିନଙ୍କ ଫ୍ୟାନ ଅଭିଯୋଗ କରିଛନ୍ତି।

ଫ୍ୟାନଙ୍କ ହଟ୍ଟୋଗଳ ଖବର ମିଳିବା ପରେ ଘଟଣାସ୍ଥଳରେ ବାନ୍ଦ୍ରା ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ସେଠାରୁ ହଟାଇବାକୁ ଚେଷ୍ଟା କରିଥିଲା। ଏହି ସମୟରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ତେବେ ଶେଷରେ ପୋଲିସ ସମସ୍ତ ଆନ୍ଦୋଳନକାରୀଙ୍କୁ ହଟାଇବାରେ ସଫଳ ହୋଇଛି।

ଚାଷୀ ଆନ୍ଦୋଲନକୁ ନେଇ ପପଷ୍ଟାର ରିହାନା ଏକ ଟ୍ବିଟ କରିଥିଲେ। ଏହାପରେ ସଚିନ ତେନ୍ଦୁଲକର ବାହାର ଲୋକ ଦେଶର ଅଭ୍ୟନ୍ତରଣୀୟ ମାମଲାରେ ବାହାର ଲୋକ କୌଣସି ଟିପ୍ପଣୀ ଦିଅନ୍ତୁ ନାହିଁ ବୋଲି ଟ୍ବିଟ କରିଥିଲେ। ଏହାକୁ ନେଇ ମହାରାଷ୍ଟ୍ରରେ ରାଜନୀତି ଆରମ୍ଭ ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.