ETV Bharat / sports

ଅଧିନାୟକ ଦାୟୀତ୍ବରୁ ଓହରିଲେ ଫାଫ ଡୁ ପ୍ଲେସିସ

author img

By

Published : Feb 18, 2020, 3:17 AM IST

ଫାଫ ଡୁ ପ୍ଲେସିସ ଟି-20 ଓ ଟେଷ୍ଟ ଟିମର ନେତୃତ୍ବ ଦାୟିତ୍ବକୁ କହିଛନ୍ତି ଅଲବିଦା । ଏହି ନିଷ୍ପତ୍ତି ନେବା ତାଙ୍କ ପାଇଁ ଅତ୍ୟନ୍ତ କଠିନ ଥିବା ସେ କହିଛନ୍ତି ।

faf du plessis
faf du plessis

ହାଇଦ୍ରାବାଦ: ଦ.ଆଫ୍ରିକାର ଅନୁଭବି ଖେଳାଳି ଫାଫ ଡୁ ପ୍ଲେସିସ ଟି-20 ଓ ଟେଷ୍ଟ ଟିମର ନେତୃତ୍ବ ଦାୟିତ୍ବରୁ ଓହରି ଯାଇଛନ୍ତି । କ୍ରିକେଟ ସାଉଥ ଆଫ୍ରିକା ଏହାର ସୂଚନା ଦେଇଛନ୍ତି ।

ସୂଚନାଥାଉକି, କିଛିଦିନ ହେବ ଫାଫ ଡୁ ପ୍ଲେସିସଙ୍କ ନେତୃତ୍ବରେ ଦ.ଆଫ୍ରିକା ଟିମର ପ୍ରଦର୍ଶନ ଖରାପ ରହିଥିଲା । ଫଳରେ ତାଙ୍କ ଉପରେ ନେତୃତ୍ବ ଦାୟିତ୍ବ ଛାଡିବାର ଚାପ ପଡୁଥିଲା ।

ନେତୃତ୍ବ ଦାୟିତ୍ବ ଛାଡିବା ପରେ କହିଛନ୍ତି ଯେ, ମୁଁ ଯେତେବେଳେ ନେତୃତ୍ବ ଦାୟିତ୍ବ ନେଇଥିଲି ସେତେବେଳେ ମୋର ଲକ୍ଷ୍ୟ ଥିଲା ଟିମର ପ୍ରଦର୍ଶନରେ ଉନ୍ନତି ଆଣିବା । ଏବେ ଟିମ ଏକ ନୂଆ ଦିଗରେ ଗତି କରୁଛି ଓ ମତେ ଲାଗୁଛି ସମୟ ଆସି ଯାଇଛି ସମସ୍ତ ଫର୍ମାଟରୁ ଅଧିନାୟକ ଦାୟିତ୍ବ ଛାଡିବାର । ଏହି ନିଷ୍ପତ୍ତି ନେବା ମୋ ପାଇଁ ବହୁତ କଠିନ ଥିଲା । କିନ୍ତୁ ମୁଁ କୋଚଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବି ଟିମ୍‌କୁ ମଜବୁତ କରିବା ପାଇଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.