ଅହମ୍ମଦାବାଦ: ଇଂଲଣ୍ଡ କ୍ୟାପଟେନ ଇଆନ ମୋର୍ଗାନ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି । ପ୍ରଥମ ଇଂଲଣ୍ଡ ଖେଳାଳି ଓ ମୋଟ ଭାବେ 4ର୍ଥ ଖେଳାଳି ଭାବେ 100ତମ ଟି20 ମ୍ୟାଚ ଖେଳିଛନ୍ତି ମୋର୍ଗାନ ।
ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ବିପକ୍ଷ ତୃତୀୟ ଟି20 ମ୍ୟାଚରେ ଏହି ସଫଳତା ହାସଲ କରିଛନ୍ତି ମୋର୍ଗାନ । ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ରସ୍ ଟେଲର, ପାକିସ୍ତାନ କ୍ରିକେଟର ସୋଏବ ମଲିକ ଓ ଭାରତୀୟ ଓପନର ରୋହିତ ଶର୍ମା ପୂର୍ବରୁ 100 ଟି20 ମ୍ୟାଚ ଖେଳିସାରିଛନ୍ତି ।
ତେବେ ଭାରତୀୟ କ୍ୟାପଟେନ ବିରାଟ କୋହଲି 88ମ୍ୟାଚ ଖେଳିଥିବାବେଳେ କ୍ରିକେଟର ଛୋଟ ଫର୍ମାଟରେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି । ରବିବାର କୋହଲି ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଅନ୍ତର୍ଜାତୀୟ ଟି20ରେ 3000 ରନ ପୂରଣ କରିଥିଲେ । ମାର୍ଟିାନ ଗୁପ୍ଟିଲ 2,939 ରନ ସହ ତାଲିକାର ଦ୍ବିତୀୟରେ ରହିଛନ୍ତି । ସେହିପରି ରୋହିତ ଶର୍ମା 108 ମ୍ୟାଚରୁ 2,773 ରନ ସହ ତାଲିକାର ତୃତୀୟରେ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ