ସିଡନି: ଇଂଲଣ୍ଡ ଅଲରାଉଣ୍ଡର ଟମ କରନ ବିଗ ବାସ ଲିଗ୍ (ବିବିଏଲ)ର 10 ସଂସ୍କରଣରୁ ଓହରି ଯାଇଛନ୍ତି । ଜୈବ ସୁରକ୍ଷା ବଳୟରେ ପ୍ରାୟ 5 ମାସ ରହିବା ପରେ, ପରିବାର ସହ ସମୟ ବିତାଇବାକୁ ଇଚ୍ଛା କରି କରନ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି ।
ସମାନ କାରଣ ପାଇଁ ଇଂଲଣ୍ଡର ଆଉ ଜଣେ ଖେଳାଳି ଟମ ବଣ୍ଟନ ଦିନକ ପୂର୍ବରୁ ଟୁର୍ଣ୍ଣାମେଣ୍ଟରୁ ଓହରିଯାଇଥିଲେ ।
ଇଂଲଣ୍ଡର ଦକ୍ଷିଣ ଆଫ୍ରିକା ଗସ୍ତ ପରେ ଟମ କରନ ପରିବାର ସହ ରହିବା ନିଷ୍ପତ୍ତିକୁ ଚୁକ୍ତି କରିଥିବା ସିଡନି ସିକ୍ସରସ ଟିମ ସମ୍ମାନ ଜଣାଇଛି । ଏଥିସହ ବିବିଏଲର 10ମ ସଂସ୍କରଣରୁ ମୁକ୍ତ ପାଇଁ ଅନୁମତି ପ୍ରଦାନ କରିଛି ।
କରନ ଟିମ ମ୍ୟାନେଜମେଣ୍ଟର ନିଷ୍ପତ୍ତିରେ ଖୁସିବ୍ୟକ୍ତ କରିବା ସହ କୃତଜ୍ଞତା ଜଣାଇଛନ୍ତି । ଏଥିସହ ଆସନ୍ତା ସଂସ୍କରଣର ବିଗବାସ ଲିଗରେ ସିଡନି ସିକ୍ସର ପକ୍ଷରୁ ଖେଳିବାକୁ ଚାହିଁବେ ବୋଲି କହିଛନ୍ତି ।
ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରିବା ପରେ ଅଷ୍ଟ୍ରେଲିଆରେ ଦୁଇ ସପ୍ତାହ ପାଇଁ କ୍ବାରେଣ୍ଟିନରେ ରହିବା ନେଇ ବ୍ୟବସ୍ଥା ରହିଥିଲା ।
ବ୍ୟୁରେ ରିପୋର୍ଟ, ଇଟିଭି ଭାରତ