ETV Bharat / sports

ସେମି ଟିକେଟ୍‌ ହାତେଇଲା ଇଂଲଣ୍ଡ - ଜୋନି ବେୟାରଷ୍ଟ୍ରୋ

ନ୍ୟୁଜିଲାଣ୍ଡକୁ ପରାସ୍ତ କରି ତୃତୀୟ ଦଳ ଭାବେ ଇଂଲଣ୍ଡ ସେମିଫାଇନାଲରେ ପ୍ରବେଶ କରିଛି ।

ଫଟୋ ସୌଜନ୍ୟ: ଏଏନ୍‌ଆଇ
author img

By

Published : Jul 3, 2019, 11:17 PM IST

ଲଣ୍ଡନ: ପ୍ରଥମେ ଅଷ୍ଟ୍ରେଲିଆ ପରେ ଭାରତ ଓ ଆଜି ସେମିରେ ପ୍ରବେଶ ପାଇଁ ପଥ ପରିଷ୍କାର କରିଛି ଆୟୋଜକ ଇଂଲଣ୍ଡ । ବିଶ୍ବକପ୍‌ର 41ତମ ମ୍ୟାଚରେ 119 ରନର ବିଶାଳ ବ୍ୟବଧାନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି ଘରୋଇ ଇଂଲଣ୍ଡ ।

ପ୍ରଥମେ ଇଂଲଣ୍ଡ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 8 ୱିକେଟ ହରାଇ 305 ରନ କରିଥିଲା । ଦଳ ପକ୍ଷରୁ ଜୋନି ବେୟାରଷ୍ଟ୍ରୋ ସର୍ବାଧିକ 106 ରନ କରିଥିଲେ । ସେପଟେ ନ୍ୟୁଜିଲାଣ୍ଡର ଟ୍ରେଣ୍ଡ ବୋଲଟ, ମଟ ହେନେରୀ ଓ ଜେମେସ ନିଶାମ 2ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ଅନ୍ୟପଟେ 306 ରନର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ 45 ଓଭରରେ ସମସ୍ତ ୱିକେଟ ହରାଇ 186 ରନ କରିଥିଲା । ଦଳ ପକ୍ଷରୁ ଟମ ଲାଥମ ସର୍ବାଧିକ 57 ରନ୍‌ କରିଥିଲେ । ଇଂଲଣ୍ଡ ପକ୍ଷରୁ ମାର୍କ ଉଡ୍‌ ସର୍ବାଧିକ 3ଟି ୱିକେଟ ଅକ୍ତିଆର କରିଥିଲେ । ଇଂଲଣ୍ଡ ପକ୍ଷରୁ ସର୍ବାଧିକ ରନ କରିଥିବା ଜୋନି ବେୟାରଷ୍ଟ୍ରୋଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଛି ।

Intro:ଓଲା ଅଫିସ ରେ ଭଙ୍ଗାରୁଜା, ଭୟରେ ମୁହଁ ଖୋଲୁନାହାନ୍ତି ଓଲା ଅଧିକାରୀ

ଓଲା କାର ଡ଼୍ରାଇଭର ଦୀର୍ଘ ୫ ଦିନ ଧରି ବିଭିନ୍ନ ଦାବି କୁ ନେଇ ଧାରଣା ଦେଇଥିବା ବେଳେ ଓଲା ଅଧିକାରୀ କିଛି ଶୁଣିନଥିଲେ। ଏଥିନେଇ କିଛି ଓଲା କାର ଚାଳକ ମନେ ଆସି ଓଲା ଅଫିସ ଭିତରେ ପଶି ଭଙ୍ଗାରୁଜା କରିଥିଲେ। ଏନେଇ ସହିଦନଗର ପୋଲିସ ଘଟଣା ସ୍ଥଳରେ ପହଁଚି ୧୦ ରୁ ଉର୍ଦ୍ଧ କାର ଚାଳକକୁ ଉଠାଇ ନେଉଛି ପୋଲିସ। ଓଲା ଅଫିସ ସମ୍ମୁଖରେ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।Body:ଭୁବନେଶ୍ୱର ରେ ଓଲା କାର ଚାଲୁଥିବା ୨୦୦୦ କାର ଚାଳକ ଙ୍କ ମଧ୍ୟରୁ ୩୦୦ ଜଣ ଓଲା କମ୍ପାନୀ ର କାର। ବୋନୋଷ ବଢେଇବା , ୧୦ ଘଣ୍ଟା ରେ କାର ଚଳିଲେ ୨୦୦୦ ଟଙ୍କା ଓପରେଟର ଟଙ୍କା, ଏମିତିକି ୧୧ ଟା ଦାବି କୁ ନେଇ ରାଜରାସ୍ତାରେ ଓହ୍ଲାଇ ଥିଲେ ଓଲା ଚାଳକ। ଏହି ଦାବି କୁ ନେଇ ଓଲା କାର ଚାଳକ ଓଲା ଅଫିସରେ ଆସି ଆପୋଷୋ ବୁଝବନା ପାଇଁ ଚେଷ୍ଟା କରିଥିଲେ। ଃହେଲେ ଓଲା କମ୍ପାନୀର ଅଧିକାରୀ ମାନେ ଏହି ଦାବି କୁ ଖଣ୍ଡନ କରିଥିଲେ ଯାହା ଫଳରେ ପରବର୍ତି ସମୟରେ ଉତ୍କ୍ଷୀପ୍ତ ହୋଇ ଓଲା ଅଫିସ ରେ ରହିଥିବା ଜିନିଷ ପତ୍ର ଭାଙ୍ଗିବା ସହ କାଗଜ ପତ୍ର ନଷ୍ଟ କରିଥିଲେ। ଖବର ପାଇ ସହିଦନଗର ପୋଲିସ ଘଟଣା ସ୍ଥଳରେ ପହଁଚି ପରିଥିତି କୁ ଆୟତ କରିଥିଲେ। ଃହେଲେ ଏହି ଘଟଣା ଉପରେ ଓଲା ଅଧିକାରୀଙ୍କୁ ପଚାରିବାରୁ ସେ ଏହି ବାବଦରେ କିଛି କହିବେନି ବୋଲି କହିଥିଲେ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.