ETV Bharat / sports

ଲକଡାଉନ ପରେ ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ, ବାଜି ମାରିଲା ୱେଷ୍ଟଇଣ୍ଡିଜ୍‌

author img

By

Published : Jul 12, 2020, 10:53 PM IST

ଭ୍ରମଣକାରୀ ଇଣ୍ଡିଜ୍‌ ଦଳ ଆଗରେ 200 ରନର ଟାର୍ଗଟେ ରହିଥିଲା । ଯାହାକୁ ଶେଷ ଦିନରେ 6 ୱିକେଟ ବ୍ୟୟରେ ହାସଲ କରି ନେଇଛି କାରବିଆନ ଦଳ ।

england-vs-west-indies-1st-test-west-indies-won-by-4-wickets
ଲକଡାଉନ ପରେ ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ, ବାଜି ମାରିଲା ୱେଷ୍ଟଇଣ୍ଡିଜ୍‌

ସାଉଥମ୍ପଟନ୍: ଜାରି ରହିଥିବା କୋରୋନା ମାହାମାରୀ ମଧ୍ୟରେ ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ । ଘରୋଇ ଇଂଲଣ୍ଡ ଓ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖାଳାଯାଇଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚକୁ 4 ୱିକେଟରେ କବଜା କରିଛି ଅତିଥି କାରବିଆନ ଦଳ ।

ତେବେ ଶେଷ ପାଳିରେ ଜେର୍ମେନ ବ୍ଲାକଉଡଙ୍କ 95 ରନ ପାଳି ଦଳକୁ ବିଜୟ ଆଣି ଦେଇଛି । ସେହିପରି ଭ୍ରମଣକାରୀ ଦଳ ପକ୍ଷରୁ ଶାନୋନ ଗାବ୍ରିଏଲ ସର୍ବାଧିକ 5 ୱିକେଟ ହଲ ହାସଲ କରିଛନ୍ତି । ଏହି 3 ଟିକିଆ ଟେଷ୍ଟ ସିରିଜରେ 1-0ରେ ଆଗୁଆ ରହିଛି ୱେଷ୍ଟଇଣ୍ଡିଜ୍ ଦଳ ।

ତେବେ ଇଂଲଣ୍ଡ ନିଜର 2 ପାଳିରେ 313 ରନରେ ଅଲଆଉଟ ହୋଇଥିଲା । ଫଳରେ ପ୍ରଥମ ପାଳି ଭିତ୍ତିରେ ଭ୍ରମଣକାରୀ ଇଣ୍ଡିଜ୍‌ ଦଳ ଆଗରେ 200 ରନର ଟାର୍ଗଟେ ରହିଥିଲା । ଯାହାକୁ ଶେଷ ଦିନରେ 6 ୱିକେଟ ବ୍ୟୟରେ ହାସଲ କରି ନେଇଛି କାରବିଆନ ଦଳ । ତେବେ ଦଳ ପକ୍ଷରୁ ବ୍ଲାକଉଡ(95)ଙ୍କ ବ୍ୟତିତ ରୋଷ୍ଟନ ଟେସ 37ରନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.