ETV Bharat / sports

ସାଉଥାମ୍ପଷ୍ଟନ ଟେଷ୍ଟ: ଗାବ୍ରିଏଲଙ୍କ ଘାତକ ବୋଲିଂ, ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

author img

By

Published : Jul 9, 2020, 6:00 PM IST

ଇଣ୍ଡିଜ ପକ୍ଷରୁ ଘାତକ ବୋଲିଂ ଦେଖିବାକୁ ମିଳିଛି । ଇଂଲଣ୍ଡ 5ଜଣ ଟପଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ହରାଇ ସଙ୍କଟରେ ପଡିଛି ।

England vs West Indies , 1st Test: Holder, Gabriel strike Half of England team out
ସାଉଥାମ୍ପଷ୍ଟନ ଟେଷ୍ଟ: ଗାବ୍ରିଏଲଙ୍କ ଘାତକ ବୋଲିଂ, ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

ସାଉଥାମ୍ପଷ୍ଟନ: ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା 3ଟିକିଆ ଟେଷ୍ଟ ସିରିଜର ପ୍ରଥମ ଚେଷ୍ଟର ଆଜି ଦ୍ବିତୀୟ ଦିନ । ବେନ ଷ୍ଟୋକ୍ସ ଟସ ଜିତି ବ୍ୟାଟିଂ ନିଷ୍ପତି ନେବାପରେ, ପ୍ରଥମ ଦିନରେ ବର୍ଷା ବାଧକ ସାଜିବାରୁ 20 ଓଭରରୁ କମ ଖେଳ ସମମ୍ଭ ହୋଇପାରିଥିଲା । ଗୋଟିଏ ୱକେଟ ହରାଇ ଘରୋଇ ଇଂଲଣ୍ଡ 37 ରନ କରିଥିଲା ।

ଆଜି ଦ୍ବିତୀୟ ଦିନ ଆରମ୍ଭ ଓପନର ରବି ବର୍ଣ୍ଣସ ଓ ଜୋ ଡେନଲି ଇଂନିସ ସମ୍ଭାଳିଥିଲେ । ମାତ୍ର ଇଣ୍ଡିଜ ପକ୍ଷରୁ ଘାତକ ବୋଲିଂ ଦେଖିବାକୁ ମିଳିଛି । ଇଂଲଣ୍ଡ 5ଜଣ ଟପଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ହରାଇ ସଙ୍କଟରେ ପଡିଛି ।

ଦ୍ବିତୀୟ ଦିନର ପ୍ରଥମ ସେସନ ଖେଳ ଜାରି ରହିଛି । ଇଂଲଣ୍ଡର ସ୍କୋର 93/5 ରହିଛି । ଉଭୟ କ୍ୟାପଟେନ ବେନ ଷ୍ଟୋକ୍ସ ଓ ଭାଇସ-କ୍ୟାପଟେନ ଜସ ବଟଲର ବ୍ୟାଟିଂ ଜାରି ରଖିଛନ୍ତି ।

ଇଣ୍ଡିଜ ପକ୍ଷରୁ ଗାବ୍ରିଏଲ ସର୍ବାଧିକ 3ଟି ୱିକେଟ ହାସଲ କରିଛନ୍ତି । କ୍ୟାପଟେନ ଜେସନ ହୋଲ୍ଡର 2ଟି ୱିକେଟ ଅକ୍ତିଆର କରିଛନ୍ତି । ଏହି ସିରିଜରୁ ମହାମାରୀ କୋରୋନା ଭାଇରସ ପାଇଁ ସ୍ଥଗିତ ଥିବା ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.