ETV Bharat / sports

ଇଂଲଣ୍ଡ-ଅଷ୍ଟ୍ରେଲିଆ ସିରିଜ ଡିସାଇଡର: ଷ୍ଟାର୍କଙ୍କ ଆଟାକରେ ଘାଇଲା ଇଂଲଣ୍ଡ

author img

By

Published : Sep 16, 2020, 7:27 PM IST

3ଟି ଟିକିଆ ଦିନିକିଆ ସିରିଜ 1-1ରେ ବରାବର ରହିଛି । ସିରିଜର ଡିସାଇଡର ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଘରୋଇ ଇଂଲଣ୍ଡ ।

ଇଂଲଣ୍ଡ-ଅଷ୍ଟ୍ରେଲିଆ ସିରିଜ ଡିସାଇଡର: ଷ୍ଟାର୍କଙ୍କ ଆଟାକରେ ଘାଇଲା ଘରୋଇ ଦଳ

ମାଞ୍ଚେଷ୍ଟର: ଏଠାରେ ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି ଦିନିକିଆ ସିରିଜର ଡିସାଇଡର ମ୍ୟାଚ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଘରୋଇ ଇଂଲଣ୍ଡ । ପ୍ରଥମରୁ ବିପକ୍ଷ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କଙ୍କ ଆଟାକରେ ଘାଇଲା ହେଲେଣି ଇଂଲଣ୍ଡ ବ୍ୟାଟ୍ସମ୍ୟାନ ।

ରିପୋର୍ଟ ଲେଖାଯିବା ସୁଦ୍ଧା 55 ରନରେ ଦୁଇ ୱିକେଟ ହରାଇ ସାରିଲାଣି ଘରୋଇ ଦଳ । ଓପନର ଜସନ ରୟ ଖାତା ନ ଖୋଲି ପାରି ପାଭିଲିୟନ ଫେରିଥିବା ବେଳେ ଅଭିଜ୍ଞ ଜୋ ରୁଟ ମଧ୍ୟ ଶୂନରେ ଆଉଟ ହୋଇଛନ୍ତି । ସେପଟେ ଆଜି ମ୍ୟାଚରେ ଆହତ ଷ୍ଟିଭ ସ୍ମିଥ ଖେଳୁ ନାହାଁନ୍ତି । ଅଭ୍ୟାସ ସେସନରେ ତାଙ୍କ ମୁଣ୍ଡରେ ବଲ ବାଜି ଗମ୍ଭୀର ଅଘାତ ଲାଗିଛି ।

ଏପଟେ କ୍ରିଜରେ ଅପରାଜିତ ଅଛନ୍ତି ଅଧିନାୟକ ମୋର୍ଗାନ ଓ ଓପନର ଜନି ବେୟାରଷ୍ଟୋ । ତେବେ 3ଟି ଟିକିଆ ଦିନିକିଆ ସିରିଜ 1-1ରେ ବରାବର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.