ETV Bharat / sports

ଦୀର୍ଘ 16 ବର୍ଷ ପରେ ପାକିସ୍ତାନ ଗସ୍ତ କରିବ ଇଂଲଣ୍ଡ କ୍ରିକେଟ ଟିମ

author img

By

Published : Nov 18, 2020, 5:36 PM IST

2005 ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତ କରିବ ଇଂଲଣ୍ଡ କ୍ରିକେଟ ଟିମ । 2021 ଅକ୍ଟୋବରରେ 2 ଟି-ଟ୍ବେଣ୍ଟି ମ୍ୟାଚ ଖେଳିବା ପାଇଁ ଇସିବି ସହମତି ପ୍ରକାଶ କରିଛି । ଅଧିକ ପଢନ୍ତୁ...

england tour of pakistan after 16 years confirms by ECB
ଦୀର୍ଘ 16 ବର୍ଷ ପରେ ପାକିସ୍ତାନ ଗସ୍ତ କରିବ ଇଂଲଣ୍ଡ କ୍ରିକେଟ ଟିମ

କରାଚି: ଦୀର୍ଘ 16 ବର୍ଷ ପରେ ପାକିସ୍ତାନ ଗସ୍ତ କରିବ ଇଂଲଣ୍ଡ କ୍ରିକେଟ ଟିମ । ଏ ନେଇ ଘୋଷଣା କରିଛି ଇଂଲଣ୍ଡ ଏଣ୍ଡ ୱେଲସ କ୍ରିକେଟ ବୋର୍ଡ (ଇସିବି) ଓ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସହମତି ପ୍ରକାଶ କରିଛନ୍ତି । 2021 ଅକ୍ଟୋବରରେ ପାକିସ୍ତାନ ଗସ୍ତ କରି ଇଂଲଣ୍ଡ କ୍ରିକେଟ ଟିମ 2ଟି ଟି20 ମ୍ୟାଚ ଖେଳିବ ।

ପାକିସ୍ତାନ କ୍ରିକେଟ ବୋର୍ଡର କାର୍ଯ୍ୟକାରୀ ମୁଖ୍ୟ ୱାସିମ ଖାନ କହିଛନ୍ତି ଖୁସିର କଥା ଆସନ୍ତା ବର୍ଷ ଅର୍ଥାତ 2021 ଅକ୍ଟୋବରରେ ଇଂଲଣ୍ଡ କ୍ରିକେଟ ଟିମ ପାକିସ୍ତାନ ଗସ୍ତ କରି 2 ଟି20 ମ୍ୟାଚ ଖେଳିବା ପାଇଁ ସହମତି ପ୍ରକାଶ କରିଛି । ଯାହାକି ପାକିସ୍ତାନରେ ଦୀର୍ଘ 16 ବର୍ଷ ପରେ ଇଂଲଣ୍ଡ କ୍ରିକେଟ ଟିମ ପହଞ୍ଚିବ ବୋଲି କହିଛନ୍ତି । ଆସନ୍ତା ବର୍ଷ ତଥା 2021 ଅକ୍ଟୋବରରେ 14 ଓ 15ରେ ପାକିସ୍ତାନ ଗସ୍ତ କରି ଇଂଲଣ୍ଡ କ୍ରିକେଟ ଟିମ 2 ଟି20 ମ୍ୟାଚ ଖେଳିବ । ଏହାପରେ ଦୁଇ ଟିମ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଟି20 ବିଶ୍ବକପ 2021ରେ ଯୋଗ ଦେବା ପାଇଁ ଭାରତ ପହଞ୍ଚିବେ ।

ସୂଚନା ଥାଉକି ଗତ 2005 ମସିହାରେ ଶେଷଥର ପାଇଁ ମାଇକେଲ ଭନଙ୍କ ନେତୃତ୍ବରେ ଇଂଲଣ୍ଡ କ୍ରିକେଟ ଟିମ ପାକିସ୍ତାନ ଗସ୍ତ କରିଥିଲା । ଏହି ଗସ୍ତରେ 3 ଟେଷ୍ଟ ଓ 5 ଦିନିକିଆ ଖେଳିଥିଲେ । ସେହିପରି ଗତ 2008ରେ ଶ୍ରୀଲଙ୍କା କ୍ରିକେଟ ଟିମ ଉପରେ ଆତଙ୍କବଦୀ ଆକ୍ରମଣ ପରେ ପାକିସ୍ତାନରେ ଆନ୍ତର୍ଜାତିକ କ୍ରିକେଟ ଖେଳିବାକୁ କୌଣସି ଦେଶ ଆଗ୍ରହ ପ୍ରକାଶ କରୁନଥିଲେ । ଗତ 2 ରୁ 3 ବର୍ଷ ମଧ୍ୟରେ ପାକିସ୍ତାନରେ ଧୀରେ ଧୀରେ ଆନ୍ତର୍ଜାତିକ କ୍ରିକେଟ ଫେରାଇ ଆଣିବାକୁ ପିସିବି ଚେଷ୍ଟା ଜାରି ରଖିଛନ୍ତି ।

  • We are heading to Pakistan! 🏴󠁧󠁢󠁥󠁮󠁧󠁿🇵🇰🏏

    — England Cricket (@englandcricket) November 18, 2020 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.