ଅହମ୍ମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟର ଦ୍ବିତୀୟ ଦିନର ଖେଳ ଆରମ୍ଭ ହୋଇଛି । ଖେଳ ଆରମ୍ଭର ପ୍ରଥମ ଏକ ଘଣ୍ଟା ମଧ୍ୟରେ ଭାରତର ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି ।
ମାତ୍ର 8 ରନ ମଧ୍ୟରେ ରାହାଣେ, ରୋହିତ ଓ ଋଷଭ ପନ୍ତ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି । ଇଂଲଣ୍ଡ ଦଳରେ ଏକମାତ୍ର ସ୍ପିନର ଜାକ ଲିଚ୍ ଦଳକୁ ଶୀଘ୍ର ସଫଳତା ଦେଇଛନ୍ତି ।
ପ୍ରଥମ ଦିନରେ ଭାରତର ସ୍କୋର 99/3 ରହିଥିଲା । ତେବେ ଦ୍ବିତୀୟ ଦିନରେ ଏହି ସ୍କୋରରେ 15 ରନ ଯୋଡିବା ପରେ ଦଳୀୟ ସ୍କୋର 114ଥିବାବେଳେ ଜାକ ଲିଚ୍ଙ୍କ ଶିକାର ହୋଇଥିଲେ ପରେ 115 ରନରେ ରୋହିତ ଶର୍ମା, 117 ରନରେ ଋଷଭ ପନ୍ତ , 125 ରନରେ ୱାସିଂଟନ ସୁନ୍ଦର ଓ 125 ରନରେ ଅକ୍ଷର ପଟେଲଙ୍କୁ ହରାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ