ETV Bharat / sports

ଆର୍ଚରଙ୍କୁ ଇଂଲଣ୍ଡର ସମର୍ଥନ ଆବଶ୍ୟକ:ବେନ ଷ୍ଟୋକ୍ସ - ଇଂଲଣ୍ଡ ଖେଳାଳିଙ୍କ ସମର୍ଥନ

ଜୈବ ସୁରକ୍ଷା କଟକଣା ଭଙ୍ଗ କରି ଦ୍ବିତୀୟ ଟେଷ୍ଟରୁ ବାଦ ପଡିଛନ୍ତି ଇଂଲଣ୍ଡ ବୋଲର ଜୋଫ୍ରା ଆର୍ଚର । ଏହାପରେ ଇଂଲଣ୍ଡର କିଛି ଅଧିକାରୀଙ୍କ ଦ୍ବାରା ସମାଲୋଚନାର ଶିକାର ହୋଇଛନ୍ତି ଆର୍ଚର । ତେବେ ଆର୍ଚରଙ୍କୁ ସମସ୍ତ ସାଥୀ ଇଂଲଣ୍ଡ ଖେଳାଳିଙ୍କ ସମର୍ଥନ ଜରୁରୀ ବୋଲି କହିଛନ୍ତି ଅଲରାଉଣ୍ଡର ବେନ ଷ୍ଟୋକ୍ସ ।

England need to support Archer, says Ben stokes
ଆର୍ଚରଙ୍କୁ ଇଂଲଣ୍ଡର ସମର୍ଥନ ଆବଶ୍ୟକ: ବେନ ଷ୍ଟୋକ୍ସ
author img

By

Published : Jul 18, 2020, 11:57 AM IST

ମାଞ୍ଚେଷ୍ଟର:ଜୈବ ସୁରକ୍ଷା କଟକଣା ଭଙ୍ଗ କରି ଦ୍ବିତୀୟ ଟେଷ୍ଟରୁ ବାଦ ପଡିଛନ୍ତି ଇଂଲଣ୍ଡ ବୋଲର ଜୋଫ୍ରା ଆର୍ଚର । ଏହାପରେ ଇଂଲଣ୍ଡର କିଛି ଅଧିକାରୀଙ୍କ ଦ୍ବାରା ସମାଲୋଚନାର ଶିକାର ହୋଇଛନ୍ତି ଆର୍ଚର । ତେବେ ଆର୍ଚରଙ୍କୁ ସମସ୍ତ ସାଥୀ ଇଂଲଣ୍ଡ ଖେଳାଳିଙ୍କ ସମର୍ଥନ ଜରୁରୀ ବୋଲି କହିଛନ୍ତି ଅଲରାଉଣ୍ଡର ବେନ ଷ୍ଟୋକ୍ସ । ଏହି କଠିନ ସମୟରେ ଆର୍ଚରଙ୍କୁ ଟିମ ଏକାକୀ ଅନୁଭବ କରାଇବା ଉଚିତ ନୁହେଁ । ଆର୍ଚତ କରିଥିବା କାମ ପାଇଁ ସେ ଅନୁତପ୍ତ ଓ ଏହା ବିଚାର ଯୋଗ୍ୟ ନିଶ୍ଚିୟ, ମାତ୍ର ତାଙ୍କୁ ଟିମର ସମର୍ଥନର ଆବଶ୍ୟକତା ରହିଥିବା ଷ୍ଟୋକ୍ସ କହିଛନ୍ତି ।

England need to support Archer, says Ben stokes
ଜୋଫ୍ରା ଆର୍ଚର

ଆର୍ଚରଙ୍କୁ 5ଦିନିକିଆ ଆଇସୋଲେସନରେ ରଖାଯାଇଛି । ଏହି ସମୟ ମଧ୍ୟରେ ଦୁଇଥର କୋଭିଡ-19 ଟେଷ୍ଟ ମଧ୍ୟ କରାଯିବ । ବିନା ଅନୁମତିରେ ପ୍ରଥମ ଓ ଦ୍ବିତୀୟ ଟେଷ୍ଟ ମଧ୍ୟରେ ବ୍ରିଙ୍ଗଟନ ଟ୍ରିପରେ ଯାଇଥିଲେ ଆର୍ଚର । ଯାହାକି ଟିମର ଜୈବ ସୁରକ୍ଷା କଟକଣାର ସଂପୂର୍ଣ୍ଣ ଉଂଲ୍ଲଘନ । ମହାମାରୀ କୋରୋନା ଭାଇରସର ପ୍ରଭାବ ସତ୍ତ୍ବେ, ଜୈବ ସୁରକ୍ଷିତ ପରିବେଶରେ, ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ମ୍ୟାଚ ଖେଳାଯାଉଛି ।

ବେନ ଷ୍ଟୋକ୍ସ

ପ୍ରଥମ ଟେଷ୍ଟରେ ଇଂଲଣ୍ଡର ପରାଜୟ ପରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ 1-0ରେ ଆଗୁଆ ରହିଛି । ତେବେ ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡର ପଲ୍ଲା ଭାରି ରହିଛି । ଷ୍ଟୋକ୍ସଙ୍କ ମାରାଥନ 176 ରନ ଓ ଡୋମିନିକ ସିବଲେଙ୍କ ଶତକ ସହାୟତାରେ ଇଂଲଣ୍ଡ 469/9ରେ ପ୍ରଥମ ଇଂନିସ ଘୋଷଣା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.