ଳଣ୍ଡନ: ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB) 55 ଜଣିଆ ଇଂଲଣ୍ଡ ଖେଳାଳିଙ୍କ ନାମ ଘୋଷଣା କରିଛି । କୋରୋନା ଭାଇରସ ସମୟରେ ଖାଲି ଷ୍ଟାଡିୟମରେ ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭକୁ ଦୃଷ୍ଟିରେ ରଖି ଏପରି କରାଯାଇଛି । ଏହି ତାଲିକାରେ ଥିବା ଖେଳାଳିଙ୍କୁ ଅଭ୍ୟାସକୁ ଫେରିବାକୁ ମଧ୍ୟ ବୋର୍ଡ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି ।
![England name 55-man training group with international cricket in mind](https://etvbharatimages.akamaized.net/etvbharat/prod-images/ecb_1505newsroom_1589559931_1046.jpg)
ତେବେ ଘୋଷିତ ତାଲିକାରେ ଇଂଲଣ୍ଡର ଦୁଇ ପ୍ରମୁଖ ଖେଳାଳି ଆଲେକ୍ସ ହେଲସ ଓ ଲିଆମ ପ୍ଳଙ୍କେଟଙ୍କୁ ସ୍ଥାନ ମିଳିନାହିଁ ।
![England name 55-man training group with international cricket in mind](https://etvbharatimages.akamaized.net/etvbharat/prod-images/ecb-3_1505newsroom_1589559931_570.jpg)
ତେବେ ନିର୍ଦ୍ଦିଷ୍ଟ ଫର୍ମାଟ ପାଇଁ ଦଳ ଘୋଷଣା ହୋଇନାହିଁ । ଏପରିକି ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପାଇଳଁ ମଧ୍ୟ ଇଂଲଣ୍ଡ ଟେଷ୍ଟ ଟିମର ଘୋଷଣା ହୋଇନାହିଁ ।
![England name 55-man training group with international cricket in mind](https://etvbharatimages.akamaized.net/etvbharat/prod-images/ecb-1_1505newsroom_1589559931_60.jpg)
କ୍ରିକେଟ ଆରମ୍ଭ ପୂର୍ବରୁ ଖେଳାଳିଙ୍କ ଅଭ୍ୟାସ ଜରୁରୀ । ଏହାକୁ ଧ୍ୟାନରେ ରଖି 55ଜଣିଆ ଟିମ ଅଭ୍ୟାସ ପାଇଁ ଘୋଷଣା କରାଯାଇଛି ।
ଘୋଷିତ 55ଜଣ ଖେଳାଳିଙ୍କ ନାମ: ମୋଇନ ଅଲ୍ଲୀ, ଜେମ୍ସ ଆଣ୍ଡରସନ, ଜୋଫ୍ରା ଆର୍ଚର, ଜନ୍ନି ବେୟାରଷ୍ଟୋ, ଟମ ବଣ୍ଟନ, ଡମ ବେସ, ସାମ ବିଲିଙ୍ଗ୍ସ, ଜେମ୍ସ ବ୍ରେସି, ଷ୍ଟୁଆର୍ଟ ବ୍ରଡ, ହେନ୍ନି ବ୍ରୁକ୍ସ, ପାଟ ବ୍ରାୱନ, ରରି ବର୍ଣ୍ଣସ, ଜସ ବଟଲର, ବ୍ରଡନ କାର୍ସେ, ମାସନ କ୍ରେନ, ଜାକ୍ କ୍ରାୱଲେ, ସାମ କରନ, ଟମ କରନ, ଲିଆମ ଡାୱସନ, ଜୋଏ ଡେନଲି, ବେନ ଡକେଟ, ଲୁରୀ ଇଭାନସ, ବେନ ଫୋକ୍ସ, ରିଚାର୍ଡ ଗ୍ଳିସନ, ଲୁଇସ ଗ୍ରେଗରୀ, ସାମ ହେନ, ଟମ ହେଲମ, ୱିଲ ଜାକ୍ସ, କେଟିନ ଜେନ୍ନିଙ୍ଗ୍ସ, କ୍ରିସ ଜର୍ଡାନ, ଟମ କୋହଲର-କାଡମୋର,ଡାନ ଲାୱନସ, ଜାକ ଲିଚ, ଲିଆମ ଲିଭିଙ୍ଗଷ୍ଟୋନ, ସାକିବ ମହମ୍ମଦ, ଡେଭିଡ ମଲାନ, ଇାନ ମୋର୍ଗାନ, କ୍ରେଗ ଓଭରଟନ, ଜେମି ଓଭରଟନ, ମାଟ୍ ପାର୍କିନସନ, ଓଲି ପୋପ, ଆଦିଲ ରସିଦ, ଓଲି ରବିନସନ, ଜୋଏ ରୁଟ, ଜେସନ ରୟ, ଫିଲ ସଲ୍ଟ, ଡମ ସିବଲି, ବେନ ଷ୍ଟୋକ୍ସ, ଓଲି ଷ୍ଟୋନ, ରିସ ଟୋପଲି, ଜେମ୍ସ ଭିନ୍ସ, ଅମର ଭିର୍ଦି, ଡେଭିଡ ୱିଲି, କ୍ରିସ ୱର୍କ୍ସ ଓ ମାର୍କ ଉଡ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ