ETV Bharat / sports

ଚେନ୍ନାଇ ବିଜୟ ସହ ଇଂଲଣ୍ଡର WTC ଫାଇନାଲ ଆଶା ଉଜ୍ଜୀବିତ

ଭାରତକୁ ଚେନ୍ନାଇ ଟେଷ୍ଟରେ ପରାଜୟ ମହଙ୍ଗା ପଡିଛି । 68.3 ବିଜୟ ପ୍ରତିଶତ ସହ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ ଖସିଯାଇଛି । ଇଂଲଣ୍ଡ ବିପକ୍ଷ ସିରିଜରେ ଆଉ ଏକ ପରାଜୟ ବିରାଟ ବାହିନୀକୁ ଫାଇନାଲରୁ ବାଦ ପଡିବାର ରାସ୍ତା ଦେଖାଇବ । ଅଧିକ ପଢନ୍ତୁ...

author img

By

Published : Feb 9, 2021, 4:10 PM IST

England keep hopes alive of making WTC final with Chennai win
ଚେନ୍ନାଇ ବିଜୟ ସହ ଇଂଲଣ୍ଡର WTC ଫାଇନାଲ ଆଶା ଉଜ୍ଜୀବିତ

ଚେନ୍ନାଇ: ଭାରତ ବିପକ୍ଷରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଜୋ ରୁଟ୍‌ଙ୍କ ଦଳ । 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ବିଜୟ ସହ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଖେଳିବା ଆଶା ଉଜ୍ଜୀବିତ ରଖିଛି ଇଂଲଣ୍ଡ ।

ଚେନ୍ନାଇର ଏମ.ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ଶେଷ ଦିନ ଅର୍ଥାତ ମଙ୍ଗଳବାର ଇଂଲଣ୍ଡ ପାଇଁ ମଙ୍ଗଳମୟ ହୋଇଛି । ବିଜୟ ସହିତ WTC ପଏଣ୍ଟ ଟେବଲୁରେ 70.2 ପ୍ରତିଶତ ପଏଣ୍ଟ ହାସ କରି ପ୍ରଥମ ସ୍ଥାନରେ ପହଞ୍ଚିଛି । ତେବେ ଭାରତ ବିପକ୍ଷ 4ଟିକିଆ ସିରିଜକୁ 3-1, 3-0 କିମ୍ବା 4-0ରେ ଜିତିପାରିଲେ ଇଂଲଣ୍ଡ ଫାଇନାଲରେ ପହଞ୍ଚିପାରିବ ।

ପୂର୍ବରୁ ନ୍ୟୁଜିଲାଣ୍ଡ 70.00 ବିଜୟ ପ୍ରତିଶତ ସହ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଜୁନରେ ଖେଳାଯିବାକୁ ଥିବା WTC ଫାଇନାଲରେ ପହଞ୍ଚିସାରିଛି । ତେବେ ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଫାଇନାଲ ରେସ୍‌ରେ ରହିଛନ୍ତି ।

ଭାରତକୁ ଚେନ୍ନାଇ ଟେଷ୍ଟରେ ପରାଜୟ ମହଙ୍ଗା ପଡିଛି । 68.3 ବିଜୟ ପ୍ରତିଶତ ସହ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ ଖସିଯାଇଛି । ଇଂଲଣ୍ଡ ବିପକ୍ଷ ସିରିଜରେ ଆଉ ଏକ ପରାଜୟ ବିରାଟ ବାହିନୀକୁ ଫାଇନାଲରୁ ବାଦ ପଡିବାର ରାସ୍ତା ଦେଖାଇବ । ଫଳରେ ବାକି ତିନୋଟି ମ୍ୟାଚ ଭାରତ ପାଇଁ କର ବା ମର ସଦୃଶ ହୋଇଛି । 2-1 କିମ୍ବା 3-1 ସିରିଜ ବିଜୟ ଫଳାଫଳ ସହ ଭାରତ ଫାଇନାଲରେ ସ୍ଥାମନ ହାସଲ କରିପାରିବ । ଅନ୍ୟପଟେ ପ୍ରଥମ ଟେଷ୍ଟ ଇଂଲଣ୍ଡ ଜିତିବାପରେ ଅଷ୍ଟ୍ରେଲିଆର ଫାଇନାଲ ଖେଳିବା ଆଶା ସାମାନ୍ୟ ବୃଦ୍ଧି ପାଇଛି । କାରଣ ଯଦି ଭାରତ-ଇଂଲଣ୍ଡ ଡ୍ର ରୁହେ, କିମ୍ବା 1-0, 2-1, 2-0ରେ ଇଂଲଣ୍ଡ ସିରିଜ ବିଜୟୀ ହୁଏ, ଏପରି ସ୍ଥଳେ ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିବାର ସମ୍ଭାବନା ରହିଛି ।

ପାକିସ୍ତାନ 2-0ରେ ଦକ୍ଷିଣ ଆଫ୍ରିକାକୁ ହରାଇବା ପରେ 43.3 ପ୍ରତିଶତ ସହ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହୋଇଛି । ଅନ୍ୟପଟେ ଦକ୍ଷିଣ ଆଫ୍ରିକା 30.0 ପ୍ରତିଶତ ସହ ଷଷ୍ଠ ସ୍ଥାନକୁ ଖସିଛି ।

ୱେଷ୍ଟଇଣ୍ଡିଜ 23.8 ପ୍ରତିଶତ ସହ ସପ୍ତମ ସ୍ଥାନରେ ଓ ବାଲାଂଦେଶ ପଏଣ୍ଟ ଟେବୁଲର ଶେଷରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.