ETV Bharat / sports

ସାଉଥାମ୍ପଷ୍ଟନ ଟେଷ୍ଟ: ଇଣ୍ଡିଜ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ, କୋଚ ସିମନ୍ସଙ୍କ ପ୍ରଶଂସା

author img

By

Published : Jul 12, 2020, 12:38 PM IST

ପ୍ରଥମ ଓ ଦୁଇଟି ସେସନରେ ଉଭୟ ଟିମ ମଧ୍ୟରେ କଡା ମୁକାବିଲା ହୋଇଥିଲା ମାତ୍ର ଚା' ପାନ ବିରତି ପରେ 3ୟ ସେସନରେ ଇଣ୍ଡିଜ ବୋଲର 5ଟି ୱିକେଟ ହାସଲ କରି ବିଜୟ ସମ୍ଭାବନାକୁ ବୃଦ୍ଧି କରିଥିଲେ ।

ENG vs WI, 1st Test: Bowlers stuck to their task on day 4 against England, says Simmons
ସାଉଥାମ୍ପଷ୍ଟନ ଟେଷ୍ଟ: ଇଣ୍ଡିଜ ବୋଲରଙ୍କ ପ୍ରଭାବି ପ୍ରଦର୍ଶନ, କୋଚ ସିମନ୍ସଙ୍କ ପ୍ରଶଂସା

ସାଉଥାମ୍ପଷ୍ଟନ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଇଣ୍ଡିଜ ବୋଲରଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ବୋଲରଙ୍କ ଏହି ପ୍ରଦର୍ଶନରେ ଖୁସ୍ତିବ୍ୟକ୍ତ କରିଛନ୍ତି ମୁଖ୍ୟ କୋଚ ଫିଲ ସିମନ୍ସ । 4ର୍ଥ ଦିନରେ ମୋଟ 8ଜଣ ଇଂଲିସ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରି ଇଣ୍ଡିଜ ବୋଲର ଦଳକୁ ଦୃଢ ସ୍ଥିତିରେ ପହଞ୍ଚାଇଛନ୍ତି । ପ୍ରଥମ ଓ ଦୁଇଟି ସେସନରେ ଉଭୟ ଟିମ ମଧ୍ୟରେ କଡା ମୁକାବିଲା ହୋଇଥିଲା ମାତ୍ର ଚା' ପାନ ବିରତି ପରେ 3ୟ ସେସନରେ ଇଣ୍ଡିଜ ବୋଲର ଘାତକ ସାବ୍ୟସ୍ତ ହୋଇଥିଲେ । ଶେଷ ଭାଗରେ 5ଟି ୱିକେଟ ହାସଲ କରି ବିଜୟ ସମ୍ଭାବନାକୁ ବୃଦ୍ଧି କରିଥିଲେ ।

ୱେଷ୍ଟଇଣ୍ଡିଜ କୋଚ ଫିଲ ସିମନ୍ସ

4ର୍ଥ ଦିନ ଖେଳ ଶେଷ ପରେ ସିମନ୍ସଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା । ଇଂଲଣ୍ଡ ଇଂନିସକୁ 284/8ରେ ସୀମିତ ରଖିଥିଲେ ହୋଲ୍ଡର ସେନା। ଫଳରେ ଇଂଲଣ୍ଡ ନିକଟରେ 170 ରନର ଅଗ୍ରଣୀ ରହିଛି । ସିମନ୍ସଙ୍କ କହିଛନ୍ତି, "ବୋଲରଙ୍କ ପ୍ରଦର୍ଶନରେ ଅତ୍ୟନ୍ତ ସନ୍ତୁଷ୍ଟ । ବର୍ଣ୍ଣସ -ସିବଲେ ଓ ଷ୍ଟୋକ୍ସ-କ୍ରାୱଲେ ପାର୍ଟନରସିପ ମ୍ୟାଚକୁ ଇଂଲଣ୍ଡ ପଟକୁ ନେଇଯାଉଥିଲା । ମାତ୍ର ଇଣ୍ଡିଜ ବୋଲରଙ୍କ ଶାଣିତ ବୋଲିଂ ଯୋଗୁଁ ଏହା ସମ୍ଭବ ହୋଇନଥିଲା । ସେଥିପାଇଁ ବୋଲର ପ୍ରଶଂସାର ପାତ୍ର ।"

ଏକ ସମୟରେ ଇଂଲଣ୍ଡ 249/3 ରନ ସହ ଦୃଢ ସ୍ଥିତିରେ ରହିଥିଲା । ଇଂଲଣ୍ଡ ପକ୍ଷରୁ କ୍ରାୱଲେ ସର୍ବାଧିକ 76 ରନର ଇଂନିଲ ଖେଳିଥିଲେ । ମାତ୍ର ନିୟମିତ ବ୍ୟବଧାନରେ ୱିକେଟ ପତ୍ତନ ଇଂଲଣ୍ଡକୁ ମ୍ୟାଚରେ ପଛକୁ ନେଇଯାଇଥିଲା । ସେନନ ଗାବ୍ରିଏଲ 3ଟି, କ୍ୟାପଟେନ ଜେସନ ହୋଲ୍ଡର ଓ ରୋଷ୍ଟନ ଚେଜ 2ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.