ETV Bharat / sports

ବର୍ଷା ବ୍ୟାଟିଂ ବିପର୍ଯ୍ୟୟର କାରଣ: ଆବିଦ ଅଲ୍ଲୀ

author img

By

Published : Aug 14, 2020, 5:11 PM IST

ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା 2ୟ ଟେଷ୍ଟର ଦ୍ବିତୀୟ ଦିନର ଖେଳ ଓଦା ପଡିଆ ଯୋଗୁଁ ଆରମ୍ଭରେ ବିଳମ୍ବ ହୋଇଛି ।

ENG VS PAK 2nd Test l Rain-interruptions caused batting collapse: Abid Ali
ବର୍ଷା ବ୍ୟାଟିଂ ବିପର୍ଯ୍ୟୟର କାରଣ: ଆବିଦ ଅଲ୍ଲୀ

ସାଉଥାମ୍ପଟନ: ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା 2ୟ ଟେଷ୍ଟର ଦ୍ବିତୀୟ ଦିନର ଖେଳ ଓଦା ପଡିଆ ଯୋଗୁଁ ଆରମ୍ଭରେ ବିଳମ୍ବ ହୋଇଛି । ପ୍ରଥମ ଦିନରେ ପାକିସ୍ତାନ ପ୍ରଥମ ଇଂନିସରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି । ଖରାପ ପାଗ ଓ ବର୍ଷା ବ୍ୟାଟିଂ ବିପର୍ଯ୍ୟୟର କାରଣ ବୋଲି କହିଛନ୍ତି ଓପନର ଆବିଦ ଅଲ୍ଲୀ ।

ପକିସ୍ତାନ କ୍ୟାପଟେନ ଆଝାର ଅଲ୍ଲୀ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ତେବେ ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନରେ ପାକିସ୍ତାନ 126 ରନରେ 5 ୱିକେଟ ହରାଇ ସଙ୍କଟରେ ପଡିଛି । ଆବିଦ ଅଲ୍ଲୀ 60 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । କ୍ୟାପଟେନ ଆଝାର ଅଲ୍ଲୀ 20 ରନ କରିଆଉଟ ହୋଇଛନ୍ତି । ପ୍ରଥମ ମ୍ୟାଚରେ ଶତକ ହାସଲ କରିଥିଲା ଓପନର ସାନ ମାସୁଦ ମାତ୍ର 1 ରନରେ ୱିକେଟ ହରାଇଥିଲେ । ବାବାର ଆଜାମ 25 ଓ ୱିକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ 4 ରନରେ ଅପରାଜିତ ଅଛନ୍ତି । ପ୍ରଥମ ଦିନରେ ମାତ୍ର 45.4 ଓଭର ଖେଳ ସମ୍ଭବ ହୋଇପାରିଥିଲା । ଏହାପରେ ବର୍ଷା ଯୋଗୁଁ ଖେଳ ସମ୍ଭବ ହୋଇପାରିନଥିଲା ।

ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ 2ଟି ୱିକେଟ ଅକ୍ତିଆର କରିଥିବା ବେଳେ ବ୍ରଡ, ସାମ କରନ ଓ କ୍ରିସ ୱର୍କ୍ସ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.