ହାଇଦ୍ରାବାଦ: ବାବର ଆଜମଙ୍କ ନେତୃତ୍ବରେ ପାକିସ୍ତାନ ଟିମ ଆଜି ଓଲ୍ଡ ଟ୍ରେଫର୍ଡରେ ଘରୋଇ ଦଳ ବିପକ୍ଷରେ ଗ୍ରାଉଣ୍ଡକୁ ଓହ୍ଲାଇବ । ଘରୋଇ ଦଳ ଇୟୋନ ମୋର୍ଗନଙ୍କ ନେତୃତ୍ବରେ ଟି20 ସିରିଜ ଖେଳିବ ଇଂଲଣ୍ଡ । ଭାରତୀୟ ସମୟାନୁସାରେ ଆଜି 3ମ୍ୟାଚ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚ ରାତି 10.30ରେ ଆରମ୍ଭ ହେବ । ଏହାପୂର୍ବରୁ ଉଭୟ ଦଳ ମଧ୍ୟରେ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା । ଭ୍ରମଣକାରୀ ଦଳକୁ 1-0ରେ ପରାଜୟର ସାମ୍ନା କରିବାକୁ ପଡିଥିଲା ।
-
It's time for some T20I cricket!
— Pakistan Cricket (@TheRealPCB) August 28, 2020 " class="align-text-top noRightClick twitterSection" data="
Action starts at 10:00 pm Pakistan Time. #ENGvPAK pic.twitter.com/luXJQT7QqT
">It's time for some T20I cricket!
— Pakistan Cricket (@TheRealPCB) August 28, 2020
Action starts at 10:00 pm Pakistan Time. #ENGvPAK pic.twitter.com/luXJQT7QqTIt's time for some T20I cricket!
— Pakistan Cricket (@TheRealPCB) August 28, 2020
Action starts at 10:00 pm Pakistan Time. #ENGvPAK pic.twitter.com/luXJQT7QqT
ତେବେ ଦେଖିବାକୁ ଗଲେ ଟି-20 କ୍ରିକେଟରେ ଉଭୟ ଦଳ ମଧ୍ୟରେ ଇଂଲଣ୍ଡର ପଲା ଭାରୀ ରହିଛି । କାରଣ ଏଯାଏଁ ଇଂଲଣ୍ଡ-ପାକିସ୍ତାନ ମଧ୍ୟରେ 15ଟି ମୁକାବିଲା ଖେଳାଯାଇଛି । ସେଥିମଧ୍ୟରୁ ଇଂଲଣ୍ଡକୁ 10ଟି ମ୍ୟାଚରେ ବିଜୟ ମିଳିଥିବାବେଳେ 4ଟି ମ୍ୟାଚରେ ପରାଜୟ ମିଳିଛି । ଆଉ ଗୋଟିଏ ମ୍ୟାଚ ଡ୍ର ରହିଛି ।
ପାକିସ୍ତାନର ମୁଖ୍ୟ କୋଚ ମିସବା ଉଲ ହକ କହିଛନ୍ତି ଯେ, ଟିମରେ ଯେଉଁ ଖେଳାଳି ଅଛନ୍ତି ସେମାନେ ଟି-20 ଫର୍ମାଟରେ ଖେଳି ଆସିଛନ୍ତି । ଏଚବିଏଲ ପିଏସଏଲ, ଅଣ୍ଡର-19 ଓ ପ୍ରଥମ ଶ୍ରେଣୀ କ୍ରିକେଟରେ ସେମାନେ ଭଲ ପ୍ରଦର୍ଶନ କରିଛନ୍ତି । ଆମର 2 ଅନୁଭବୀ ବୋଲର ମହମ୍ମଦ ଆମିର, ଓ୍ବହାବ ରିୟାଜ, ଫଖର ଜମାନ ଓ ସରଫରାଜ ଅହମ୍ମଦ ଟିମରେ ରହିଛନ୍ତି ।
ସୂଚନାଥାଉକି, ସିରିଜର 2ୟ ଓ 3ୟ ଟି20 ମ୍ୟାଚ କ୍ରମଶଃ 30ଅଗଷ୍ଟ ଓ 1 ସେପ୍ଟେମ୍ବରରେ ଖେଳାଯିବ ।