ETV Bharat / sports

ENG vs AUS: ଆଗୁଆ ସିରିଜ କବ୍ଜା କଲା ଇଂଲଣ୍ଡ

ଟି-20 ସିରିଜର 2ୟ ମ୍ୟାଚରେ ଇଂଲଣ୍ଡ ଦଳ 6 ଓ୍ବିକେଟରେ ଅତିଥି ଦଳ ଅଷ୍ଟ୍ରେଲିଆକୁ ମାତ୍ ଦେଇ ଆଗୁଆ ସିରିଜ କବ୍ଜା କରିଛି ।

author img

By

Published : Sep 7, 2020, 1:27 PM IST

ENG vs AUS, 2nd T20: ଆଗୁଆ ସିରିଜ କବ୍ଜା କଲା ଇଂଲଣ୍ଡ

ସାଉଥମ୍ପଟନ: ଘରୋଇ ଦଳ ଇଂଲଣ୍ଡ ଆଗୁଆ ଟି-20 ସିରିଜ ନିଜ ନାଁରେ କରିଛି । ଇଂଲଣ୍ଡ ଦଳ ଅଷ୍ଟ୍ରେଲିଆ ବିପକ୍ଷ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜରେ 2-0ରେ ଅଗ୍ରଣୀ ହାସଲ କରିଛି । ରବିବାର ଦ ରୋଜ ବାଉଲ ଷ୍ଟାଡିୟମରେ ଉଭୟ ଦଳ ମଧ୍ୟରେ 2ୟ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚ କଙ୍ଗାରୁ ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ରହିଥିଲା । ମାତ୍ର ଇଂଲଣ୍ଡ ବୋଲିଂରେ ଧରାଶୟୀ ହୋଇଥିଲା କଙ୍ଗାରୁ ଟିମ । ତେବେ ଇଂଲଣ୍ଡ ଦଳ 6 ଓ୍ବିକେଟରେ ଅତିଥି ଦଳ ଅଷ୍ଟ୍ରେଲିଆକୁ ମାତ୍‌ ଦେଇଛି ।

2ୟ ମ୍ୟାଚରେ କଙ୍ଗାରୁ ଦଳ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ଓଭରରେ 7 ଓ୍ବିକେଟ ବିନିମୟରେ 157ରନ ସଂଗ୍ରହ କରିଥିଲା ଅଷ୍ଟ୍ରେଲିଆ । ଦଳ ପକ୍ଷରୁ ସର୍ବାଧିକ 40 ରନ ଫିଞ୍ଚ କରିଛନ୍ତି । ସେହିପରି ଷ୍ଟଇନିସ 35 କରିଥିବାବେଳେ ମ୍ୟାକ୍ସଓ୍ବେଲ 26, ଅଗର 23, କମିନ୍ସ 13, ସ୍ମିଥ 10,ଷ୍ଟାର୍କ 2, ଏଲେକ୍ସ 2ରନ ଓ ଓ୍ବାର୍ଣ୍ଣର ଜିରୋରେ ଆଉଟ ହୋଇଥିଲେ ।

ଇଂଲଣ୍ଡ ପକ୍ଷରୁ କ୍ରିସ ଜୋର୍ଡନ 2ଟି ଓ୍ବିକେଟ ନେଇଥିବାବେଳେ ଆଦିଲ, ମାର୍କ ଉଡ୍ ଓ ଜୋଫ୍ରା ଆର୍ଚର ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।

ତେବେ ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଦଳ 18.5ଓଭରରେ 4ଓ୍ବିକେଟ ହରାଇ 158ରନ ହାସଲ କରି ଟି-20 ଶୃଙ୍ଖଳାକୁ ଆଗୁଆ ନିଜ ନାଁରେ କରିଛି । ଦଳ ପକ୍ଷରୁ ସର୍ବାଧିକ ରନ 77ରନ ଜୋସ ବଟଲର କରିଥିଲେ । ମାଲନ 42, ମୋଇଲ ଅଲ୍ଲି 13, ଜନି ବେସରଷ୍ଟୋ 9, ଟମ ବାଣ୍ଟନ2 ଇୟନ ମୋର୍ଗାନ 7ରନ ସଂଗ୍ରହ କରିଥିଲେ ।

ସୂଚନାଥାଉକି, ଟି-20 ସିରିଜର ପ୍ରଥମ ମ୍ୟାଚରେ ଘରୋଇ ଦଳ ଅଷ୍ଟ୍ରେଲିଆ ଟିମକୁ 2ରନ୍‌ରେ ମାତ୍‌ ଦେଇଥିଲା । ତେବେ ସିରିଜର 3ୟ ମ୍ୟାଚ 8 ସେପ୍ଟେମ୍ବରରେ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.