ETV Bharat / sports

କ୍ରିକେଟକୁ ଆଇସିସିର ସ୍ବାଗତ, ଇସିବିକୁ ଧନ୍ୟବାଦ

author img

By

Published : Jul 8, 2020, 12:58 AM IST

କୋରୋନା ମହାମାରୀ ଯୋଗୁଁ ପ୍ରାୟ 4 ମାସ ବନ୍ଦ ରହିବା ପରେ ବୁଧବାର ପୁନଃ ଆରମ୍ଭ ହେଉଛି କ୍ରିକେଟ । ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ଆୟୋଜନ କରିଥିବାରୁ ଇସିବିକୁ ଦେଲା ଧନ୍ୟବାଦ । ଅଧିକ ପଢ଼ନ୍ତୁ...

Eng v WI, ICC welcomes back cricket, icc thanks ECB for efforts, କ୍ରିକେଟକୁ ସ୍ବାଗତ କଲା ଆଇସିସି, ଇସିବିକୁ ଦେଲା ଧନ୍ୟବାଦ, ଇଲଣ୍ଡ ବନାମ ୱେଷ୍ଟ ଇଣ୍ଡିଜ
କ୍ରିକେଟକୁ ସ୍ବାଗତ କଲା ଆଇସିସି, ଇସିବିକୁ ଦେଲା ଧନ୍ୟବାଦ

ଦୁବାଇ: ବୁଧବାର ସାଉଥମ୍ପଟନର ଏଜେସ ବୋଲରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହେଉଥିବା #raisethebat ଟେଷ୍ଟ ସିରିଜ ପ୍ରଥମ ମ୍ୟାଚରେ କ୍ରିକେଟ ଆରମ୍ଭ ହେଉଥିବାରୁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମୁଖ୍ୟ କାର୍ଯ୍ୟନିର୍ବାହୀ ମନୁ ସାହାନି ଅନ୍ତର୍ଜାତୀୟ କ୍ରିକେଟର ପୁନଃ ଆରମ୍ଭକୁ ସ୍ବାଗତ କରିଛନ୍ତି।

ବୁଧବାରଠାରୁ ଆରମ୍ଭ ହେବାକୁ ଥିବା ଏହି ଟେଷ୍ଟ ସିରିଜରେ ଇଂଲଣ୍ଡ ୱେଷ୍ଟଇଣ୍ଡିଜକୁ ନେଇ ଅନ୍ତର୍ଜାତୀୟ କ୍ରିକେଟର ପୁନଃ ଆରମ୍ଭକୁ ନେଇ ଆମେ ଆନନ୍ଦିତ। ଅଂଶଗ୍ରହଣକାରୀ ନିରାପତ୍ତା ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେଇଥିବାରୁ ମୁଁ ଇସିବିକୁ ଅଶେଷ ଧନ୍ୟବାଦ ଜଣାଉଛି।

‘‘ଆଜି ଠୁ ଠିକ୍ ଚାରିମାସ ପୂର୍ବେ, ଆଇସିସି ମହିଳା ଟି-20 ବିଶ୍ବକପ ଫାଇନାଲକୁ ବିଶ୍ବର ଲକ୍ଷ ଲକ୍ଷ ପ୍ରଶଂସକ ଦେଖିଥିଲେ ଏବଂ ଆମେ ନିଶ୍ଚିତ ଯେ ଏବେ ମଧ୍ୟ ଉତ୍ସାହ ଅଧିକ ରହିଛି। ଉଭୟ ଦଳ ଏବଂ ମ୍ୟାଚ୍ ଅଧିକାରୀଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି ଏହା ଏକ ରୋମାଞ୍ଚକର ସିରିଜ ହେଉ,’’ ବୋଲି ସାହନି କହିଛନ୍ତି ।

ଏହା ପ୍ରଥମ ଥର ହେବ ଯେତେବେଳେ ଆଇସିସି ଦ୍ବାରା ଭାଇରସ ବିପଦକୁ ଦୃଷ୍ଟିରେ ରଖି ପରିବର୍ତ୍ତିତ ନିୟମର ଏକ ନୂତନ ସେଟ ସହିତ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳାଯିବ।

ବୋଲରମାନେ ମ୍ୟାଚ୍ ବଲରେ ଛେପ ବ୍ୟବହାର କରିବାରେ ସମର୍ଥ ହେବେ ନାହିଁ, ଖେଳାଳିମାନଙ୍କୁ ଏକାଠି ସେଲିବ୍ରେଟ କରିବାରୁ ନିବୃତ୍ତ ହେବାକୁ ପଡିବ ଏବଂ ଷ୍ଟାଡିୟମ ପ୍ରଶଂସକଙ୍କ ଠାରୁ ବଞ୍ଚିତ ହେବ ।

ଏହି ମ୍ୟାଚରେ ଅନ୍ୟ ଏକ ବଡ ପରିବର୍ତ୍ତନ ହେଉଛି ଇଂଲଣ୍ଡ ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ନିୟମିତ ଟେଷ୍ଟ ଅଧିନାୟକ ଜୋ ରୁଟଙ୍କ ସ୍ଥାନରେ ଅଧିନାୟକତ୍ବ କରିବେ । ରୁଟ ତାଙ୍କ ଦ୍ବିତୀୟ ସନ୍ତାନର ଜନ୍ମ ପାଇଁ ନିଜ ପତ୍ନୀଙ୍କ ପାଖକୁ ଯିବେ ।

ସାଉଥମ୍ପଟନରେ ଅଲରାଉଣ୍ଡର ଷ୍ଟୋକ୍ସ ଏବଂ ଜେସନ ହୋଲ୍ଡରଙ୍କ ଉପରେ ସମସ୍ତଙ୍କ ନଜର ରହିବ କାରଣ ସେମାନେ ଏହି ଐତିହାସିକ ସିରିଜର ଆରମ୍ଭକୁ ଚିହ୍ନିତ କରିବା ପାଇଁ ଏଜେସ ବୋଲରେ ନିଜ ଦଳର ଅଧିନାୟକତ୍ବ କରିବେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.