ଲଣ୍ଡନ: ଇଂଲଣ୍ଡ କ୍ରିକେଟ ବୋର୍ଡ(ECB)ର ବଡ ଘୋଷଣା । ପୁରୁଷ ଟିମ ପରେ ଆଭ୍ୟାସକୁ ଫେରିବେ ଇଂଲଣ୍ଡ ମହିଳା କ୍ରିକେଟର । ଜୁନ 22ରୁ 24 ଜଣ ଖେଳାଳି ଅଭ୍ୟାସ ଆରମ୍ଭ କରିବା ନେଇ ବୋର୍ଡ ପକ୍ଷରୁ ଘୋଷଣା ହୋଇଛି ।
ଏହି ଘୋଷଣା ଦ୍ବାରା ଭାରତ-ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ତ୍ରୀରାଷ୍ଟ୍ରୀୟ ସିରିଜ ନେଇ ସମ୍ଭାବନା ବୃଦ୍ଧି ପାଇଛି । ସେପ୍ଟେମ୍ବରରେ ଏହି ସିରିଜ ଖେଳାଯିବା ନେଇ ସୂଚୀ ରହିଛି ।
ତେବେ ସମସ୍ତ ଖେଳାଳିଙ୍କୁ ଏକତ୍ର ଭାବେ ଅଭ୍ୟାସ ଆରମ୍ଭ କରିବାକୁ ବାରଣ କରାଯାଇଛି । 6ଟି ଭିନ୍ନ ଭିନ୍ନ ଭେନ୍ୟୁରେ ଛୋଟ ଗ୍ରୁପରେ ବିଭକ୍ତ ହୋଇ ଅଭ୍ୟାସ ପାଇଁ ଅନୁମତି ରହିଛି ।