ଲଣ୍ଡନ: ମହାମାରୀ କୋରୋନା ଭାଇରସ ଯୋଗୁଁ ଇଂଲଣ୍ଡର 'ଦ ହଣ୍ଡ୍ରେଡ' ଟୁର୍ଣ୍ଣାମେଣ୍ଟ 2021କୁ ଘୁଞ୍ଚାଇ ଦିଆଯାଇଛି। ଫଳରେ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB) ପକ୍ଷରୁ ସମସ୍ତ ଖେଳାଳିଙ୍କ ଚୁକ୍ତି ବାତିଲ କରାଯାଇଛି ।
ଏହି ଟୁର୍ଣ୍ଣାମେଣ୍ଟରେ 8ଟି ଟିମ ଭାଗନେବା ନେଇ ଧାର୍ଯ୍ୟ ହୋଇଥିଲା । ପ୍ରତ୍ୟକ ଟିମ 100ଟି ଲେଖାଏଁ ବଲ ବୋଲିଂ କରିବେ । ପୃଥକ ଭାବେ ଉଭୟ ପୁରୁଷ ଓ ମହିଳା ଟିମର ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ।
ଜୁଲାଇ 17ରୁ ଅଗଷ୍ଟ 15 ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବା ନେଇ ସୂଚୀ ରହିଥିଲା । ପୁରୁଷ ଟୁର୍ଣ୍ଣାମେଣ୍ଟର ଫ୍ରାଞ୍ଚାଇଜ ଖେଳାଳି ଚୟନ ମଧ୍ୟ ଶେଷ ହୋଇଥିବାବେଳେ, ମହିଳା ଟିମର ଖେଳାଳି ଚୟନ ଜାରି ରହିଥିଲା। ମାତ୍ର କୋରୋନା ଭାଇରସ ଯୋଗୁଁ ଫଟାଫଟ କ୍ରିକେଟର ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣ ଆସନ୍ତା ବର୍ଷକୁ ସ୍ଥଗିତ ରଖାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ