ETV Bharat / sports

‘ୱିକେଟ କିପିଙ୍ଗରେ ଏବେ ବି ଧୋନି ନମ୍ବର ୱାନ’ - ମହମ୍ମଦ କୈଫ

ୱିକେଟ କିପିଙ୍ଗରେ ଏବେ ବି ଧୋନି ଏକ ନମ୍ବର ବୋଲି କହିଛନ୍ତି ମହମ୍ମଦ କୈଫ । କହିଲେ ଧୋନିଙ୍କ ବିକଳ୍ପ ଭାରତୀୟ କ୍ରିକେଟ ଏପର୍ଯ୍ୟନ୍ତ ପାଇପାରିନାହିଁ । ଅଧିକ ପଢ଼ନ୍ତୁ...

Don't think KL Rahul is a long-term option, Dhoni still no.1 keeper says mohammad kaif, kaif on ms dhoni, ୱିକେଟ କିପିଙ୍ଗରେ ଏବେ ବି ଧୋନି ନମ୍ବର ୱାନ, ମହମ୍ମଦ କୈଫ, କେଏଲ ରାହୁଲ
‘ୱିକେଟ କିପିଙ୍ଗରେ ଏବେ ବି ଧୋନି ନମ୍ବର ୱାନ’
author img

By

Published : May 22, 2020, 10:00 PM IST

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ମହମ୍ମଦ କୈଫ ବିଶ୍ବାସ କରନ୍ତି ଯେ ୱିକେଟ କିପର-ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଏମଏସ ଧୋନିଙ୍କ ବିକଳ୍ପ ଭାବରେ ଏକ ଦୀର୍ଘକାଳୀନ ସମାଧାନ ନୁହଁନ୍ତି । ଭାରତର ପୂର୍ବତନ ଅଧିନାୟକ ଧୋନି ଗତ ବର୍ଷ ଭାରତ ବିଶ୍ବକପ ଅଭିଯାନର ସମାପ୍ତି ପରଠାରୁ କ୍ରିକେଟ ଠାରୁ ଦୂରେଇ ରହିଛନ୍ତି। ଧୋନିଙ୍କ ଅନୁପସ୍ଥିତିରେ ଋଷଭ ପନ୍ତଙ୍କୁ ଫୁଲ ଟାଇମ ୱିକେଟ କିପର ଭାବରେ ଦେଖାଯାଉଥିଲା । କିନ୍ତୁ ତାଙ୍କ ପ୍ରଦର୍ଶନରେ ସ୍ଥିରତା ନଥିବା କାରଣରୁ କେଏଲ ରାହୁଲଙ୍କୁ ତାଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ୱିକେଟ କିପର ଭାବରେ ନିଆଯାଇଥିଲା ।

ଭାରତର ୱିକେଟ କିପରକୁ ନେଇ ଲାଗି ରହିଥିବା ଦ୍ବନ୍ଦ ବିଷୟରେ କୈଫ କହିଛନ୍ତି ଯେ ଭାରତ ଏପର୍ଯ୍ୟନ୍ତ ଏମଏସ ଧୋନିଙ୍କ ବିକଳ୍ପ ପାଇପାରି ନାହିଁ ।

“ତାଙ୍କର କୌଣସି ବିକଳ୍ପ ନାହିଁ । ଧୋନିଙ୍କ ସ୍ଥାନରେ ଅନେକ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି । ମୁଁ ଭାବୁନାହିଁ କେଏଲ ରାହୁଲ ଏକ ଦୀର୍ଘକାଳୀନ ବିକଳ୍ପ । ସେ ସର୍ବଦା ବ୍ୟାକଅପ୍‌ ୱିକେଟ କିପର ହେବା ଉଚିତ, ଯଦି ଜଣେ କିପର ଆହତ ହୁଅନ୍ତି ତେବେ ରାହୁଲ ୱିକେଟ କିପିଙ୍ଗ କରିବା ଉଚିତ,’’ ବୋଲି କୈଫ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ତେଣୁ ଆପଣଙ୍କୁ ଅନ୍ୟ ଜଣେ କିପରଙ୍କୁ ପ୍ରସ୍ତୁତ କରିବାକୁ ପଡିବ । ଏପରିକି ଋଷଭ ପନ୍ତ ଏବଂ ସଞ୍ଜୁ ସାମସନ ମଧ୍ୟ ଧୋନିଙ୍କ ସ୍ଥାନ ନେଇପାରି ନାହାଁନ୍ତି।”

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ଆହୁରି ମଧ୍ୟ କହିଛନ୍ତି ଯେ, “ଯେତେବେଳେ ଆପଣ ସଚିନ, ଦ୍ରାବିଡ଼ଙ୍କ ବିକଳ୍ପ କଥା କୁହନ୍ତି, ସେତେବେଳେ ଆପଣଙ୍କ ପାଖରେ କୋହଲି, ରୋହିତ, ରାହାଣେ ଓ ପୂଜାରା ଭଳି ଖେଳାଳି ଅଛନ୍ତି ଯେଉଁମାନେ ସେହି ଶୂନ୍ୟସ୍ଥାନ ପୂରଣ କରିଛନ୍ତି । କିନ୍ତୁ ଧୋନିଙ୍କ କ୍ଷେତ୍ରରେ ତାହା ହୋଇ ନାହିଁ। ”

କୈଫ ଆହୁରି କହିଛନ୍ତି ଯେ ଚୟନକର୍ତ୍ତାମାନେ ଧୋନିଙ୍କୁ ଆଡ଼ କରିବା ଉଚିତ ନୁହେଁ । “ମୁଁ ଭାବୁଛି ଧୋନି ଏବେ ମଧ୍ୟ ଏକ ନମ୍ବର ୱିକେଟ କିପର । ସେ ଆଶାତୀତ ଭାବେ ଫିଟ ଅଛନ୍ତି ଏବଂ ତାଙ୍କୁ ଶୀଘ୍ର ଦୂରେଇ ଦେବା ଉଚିତ ନୁହେଁ,’’ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.