ମୁମ୍ବାଇ: ଗୋଟିଏ ଯୁଗରେ ମହେନ୍ଦ୍ର ସିହଂ ଧୋନିଙ୍କ ପରି ଜଣେ ଖେଳାଳି ଆସନ୍ତି । ତାଙ୍କୁ ସନ୍ୟାସ ଆଡକୁ ଠେଲିବା ପୂର୍ବରୁ ସମସ୍ତେ ଆଉ ଥରେ ବିଚାର କରନ୍ତୁ ଯେ ତାଙ୍କ ପରି ଆଉ ଜଣେ ଖେଳାଳି ଆସିବ ନାହିଁ, ବୋଲି ଶନିବାର ପୂର୍ବତନ ଇଂଲଣ୍ଡ ଅଧିନାୟକ ନାସିର ହୁସୈନ କହିଛନ୍ତି ।
ବିଶ୍ବ କ୍ରିକେଟରେ ସବୁଠାରୁ ସମ୍ମାନଜନକ ଶ୍ବର ବୋଲି ଧରା ଯାଉଥିବା ହୁସୈନ ବିଶ୍ବାସ କରନ୍ତି ଯେ, ଶୀଘ୍ର 39 ବର୍ଷରେ ପାଦ ଥାପିବାକୁ ଯାଉଥିବା ପୂର୍ବତନ ଭାରତୀୟ ଅଧିନାୟକଙ୍କ ପାଖରେ ଆହୁରି ଅନେକ କିଛି ଅଛି ଭାରତୀୟ କ୍ରିକେଟକୁ ଦେବା ପାଇଁ ।
![Don't push MS Dhoni into retirement, former England captain, Nasser Hussain, ସନ୍ୟାସ ଆଡକୁ ଧୋନିଙ୍କୁ ଠେଲି ଦିଅ ନାହିଁ, ନାସିର ହୁସୈନ, ମହେନ୍ଦ୍ର ସିହଂ ଧୋନି, ପୂର୍ବତନ ଇଂଲଣ୍ଡ ଅଧିନାୟକ](https://etvbharatimages.akamaized.net/etvbharat/prod-images/nasser-hussain_1104newsroom_1586607130_141.jpg)
‘‘ଧୋନି ଥରେ ଚାଲିଗଲେ ତାଙ୍କୁ ଆଉ ଫେରାଇ ହେବ ନାହିଁ । ଖେଳର କିଛି ମହାନ ଖେଳାଳି ଥା’ନ୍ତି, ଯେଉଁମାନେ ଗୋଟିଏ ଯୁଗରେ ଥରେ ଆସନ୍ତି । ଏତେ ଶୀଘ୍ର ତାଙ୍କୁ ସନ୍ୟାସ ଆଡକୁ ଠେଲିଦିଅ ନାହିଁ । କେବଳ ଧୋନି ହିଁ ତାଙ୍କ ମାନସିକ ଅବସ୍ଥା ଜାଣନ୍ତି,’’ ବୋଲି ଏକ ଶୋରେ କହିଛନ୍ତି ନାସିର ହୁସୈନ ।
ଧୋନିଙ୍କୁ ଶେଷ ଥର ପାଇଁ 2019 ବିଶ୍ବକପ ସେମିଫାଇନାଲରେ ମଇଦାନରେ ଦେଖିବାକୁ ମିଳିଥିଲା । ତାପରେ ସେ ଆଉ କୌଣସି ମ୍ୟାଚ ଖେଳି ନାହାନ୍ତି । ଯାହାପରେ ସୁନୀଲ ଗାଭାସ୍କର ଓ କପିଲ ଦେବଙ୍କ ପରି କିମ୍ବଦନ୍ତୀ ଖେଳାଳି ମାନେ ବି ସ୍ପଷ୍ଟ କରିଛନ୍ତି ଯେ ଧୋନିଙ୍କ ଟିମକୁ ଫେରିବା ଏକ ପ୍ରକାର ଅସମ୍ଭବ ।
କିନ୍ତୁ 1999-2003 ପର୍ଯ୍ୟନ୍ତ ଇଂଲଣ୍ଡର ଅଧିନାୟକତ୍ବ କରିଥିବା ହୁସୈନ କିନ୍ତୁ ଧୋନିଙ୍କୁ ନେଇ ରଖନ୍ତି ଭିନ୍ନ ଚିନ୍ତାଧାରା ।
‘‘ସେ କହନ୍ତି ଯେ, ମୁଁ ଧୋନିଙ୍କୁ ଯେତିକି ଦେଖିଛି, ମୁଁ ଏବେବି ଭାବୁଛି ଯେ ତାଙ୍କ ପାଖରେ ଭାରତୀୟ ଟିମକୁ ଦେବା ପାଇଁ ଅନେକ କିଛି ବାକି ଅଛି ।’’
ନାସିର ଆହୁରି ମଧ୍ୟ କହିଛନ୍ତି ଯେ, ‘‘ମୁଁ ମାନୁଛି ବିଶ୍ବକପର କିଛି ମ୍ୟାଚରେ ସେ ଭଲ ଖେଳି ପାରିନଥିଲେ କୌଣସି କାରଣ ଯୋଗୁଁ । କିନ୍ତୁ ଧୋନି ଜଣେ ଭଲ ପ୍ରତିଭା ତାଙ୍କ ସନ୍ୟାସ କଥା ଚିନ୍ତା କରିବା ଆଗରୁ ଥରେ ଭାବନ୍ତୁ ଆପଣ କଣ ଇଚ୍ଛା କରୁଛନ୍ତି ।’’