ମୁମ୍ବାଇ: ଭାରତରେ ଘରୋଇ କ୍ରିକେଟ ସିଜିନ ଆରମ୍ଭ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବଡ ବୟାନ । ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଦେଶରେ ସମସ୍ତ ପ୍ରକାର କ୍ରିକେଟ ବନ୍ଦ ରହିଛି । ତେବେ ରଣଜୀ ଟ୍ରଫି ମ୍ୟାଚ ପାଇଁ ଯୁବ କ୍ରିକେଟର ସୁରକ୍ଷିତ ଭାବେ ଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା ସୁଗମ ହେବାପରେ, କ୍ରିକେଟ ଆରମ୍ଭ ସମ୍ଭବ ହେବ ବୋଲି ଗାଙ୍ଗୁଲି କହିଛନ୍ତି ।
ମହାମାରୀ କୋରୋନା ଭାଇରସ ଲକଡାଉନ ଯୋଗୁଁ 2020 ଆଇପିଏଲ ଟୁର୍ଣ୍ଣାମେଣ୍ଟ ଓ ଅନ୍ୟ ଘରୋଇ ଟୁର୍ଣ୍ଣାମେଣ୍ଟ ଅନିଶ୍ଚିନ୍ତତା ମଧ୍ୟରେ ରହିଛି ।
2020-21 ଘରୋଇ ସିଜିନ ଅଗଷ୍ଟରେ ବିଜୟ ହଜାରେ ଟ୍ରଫିରୁ ଆରମ୍ଭ ହେବାର ଥିଲା । ପରେ ରଣଜୀ ଟ୍ରଫି, ଦୁଲ୍ଲିପ ଟ୍ରଫି ଓସାୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଖେଳାଯିବାର ଥିଲା । ଗତ ସଂସ୍କରଣର ଇରାନୀ କପ ଲକଡାଉନ 1 ଯୋଗୁଁ ବାତିଲ ହୋଇଥିଲା ।
ଘରୋଇ କ୍ରିକେଟ ଓ ଜୁନିୟର କ୍ରିକେଟ ଆରମ୍ଭ ନେଇ ଗାଙ୍ଗୁଲିଙ୍କକୁ ପ୍ରଶ୍ନ କରାଯାଇଥିଲା। "ଏହା ଜରୁରୀ, ମାତ୍ର ଏହା ସୁରକ୍ଷିତ ଭାବେ ସମ୍ଭବ, କୋରୋନା ଭାଇରସ ପରେ ସମ୍ଭବ ।" ଉତ୍ତରରେ ଏହା କହିଛନ୍ତି ସୌରଭ ଗାଙ୍ଗୁଲି ।
ଭାରତ ଏକ ବିରାଟ ଦେଶ । ଟିମକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବାକୁ ହେବ । ସବୁକିଛି ନିରାପଦ ନହେବା ପର୍ଯ୍ୟନ୍ତ ଘରୋଇ କ୍ରିକେଟ ଆରମ୍ଭ କରିବା ବିପଦପପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଭାରତରେ ଗୁରୁବାର 24,879 କୋଭିଡ-19 କେସ୍ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7,67,296ରେ ପହଞ୍ଚିଛି । ମୃତ୍ୟୁ ସଂଖ୍ୟା 21,129 ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ