ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ ତଥା ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି 39ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ମୁମ୍ବାଇ ପୋଲିସ ନିଆରା ଢଙ୍ଗରେ କ୍ୟାପଟେନ କୁଲ ଧୋନିଙ୍କୁ ଶୁଭେଚ୍ଛା ଜଣାଇଛି ।
-
Do it the ‘Mahi Way’ - Stay ‘Not Out’, Stay Cool & Stump #coronavirus
— Mumbai Police (@MumbaiPolice) July 7, 2020 " class="align-text-top noRightClick twitterSection" data="
Happy Birthday, Captain Cool.#HappyBirthdayMahi #SocialDistancing pic.twitter.com/piH7jNFBIK
">Do it the ‘Mahi Way’ - Stay ‘Not Out’, Stay Cool & Stump #coronavirus
— Mumbai Police (@MumbaiPolice) July 7, 2020
Happy Birthday, Captain Cool.#HappyBirthdayMahi #SocialDistancing pic.twitter.com/piH7jNFBIKDo it the ‘Mahi Way’ - Stay ‘Not Out’, Stay Cool & Stump #coronavirus
— Mumbai Police (@MumbaiPolice) July 7, 2020
Happy Birthday, Captain Cool.#HappyBirthdayMahi #SocialDistancing pic.twitter.com/piH7jNFBIK
ମହେନ୍ଦ୍ର ସିଂହ ଧୋନିଙ୍କ ପୁରାନାମର(Mahendra Singh Dhoni) ପ୍ରଥମ 3ଟି ଅକ୍ଷରକୁ ବ୍ୟବହାର କରି (MSD), ସାମାଜିକ ଦୂରତ୍ବ ରକ୍ଷା କରିବାକୁ (maintaain social distance)ଅପିଲ କରାଯାଇଛି। ମହାମାରୀ କୋରୋନା ଭାଇରସ ସଂକ୍ରମଣରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତ୍ବ ରକ୍ଷା କରିବା ଏକ ପ୍ରମୁଖ ଉପାୟ ।
ଭାରତରେ କୋରୋନା ଭାଇରସ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ଆଜି ସୁଦ୍ଧା 7 ଲକ୍ଷ ପଜିଟିଭ କେସ ଚିହ୍ନଟ ହୋଇସାରିଛନ୍ତି ।
ଧୋନି ଏଯାବତ 350ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ 183 ରନ ତାଙ୍କର ସର୍ବାଧିକ ଦିନିକିଆ ବ୍ୟକ୍ତିଗତ ସ୍କୋର । ଧୋନିଙ୍କ ଅଧିନାୟକତ୍ବରେ ଭାରତ, ଦିନିକିଆ ବିଶ୍ବକପ, ଟି-20 ବିଶ୍ବକପ ଓ ଆଇିସିସି ଚମ୍ପିଆନ୍ସ ଟ୍ରଫି ଭଳି ପ୍ରମୁଖ ଆଇସିସି ଟ୍ରଫି ବିଜେତା ରହିଛି ।