ନୂଆଦିଲ୍ଲୀ: ଆଇପିଏଲ ଦଳରେ ମହିଳା ସପୋର୍ଟ ଷ୍ଟାଫ ନିଯୁ୍କ୍ତିକୁ ନେଇ ନୂଆ ବିବାଦ । ପୁରୁଷ ଆଇପିଏଲ ଦଳରେ ମହିଳା ସପୋର୍ଟ ଷ୍ଟାଫ ନିଯୁକ୍ତି ଅସମ୍ବିଧାନିକ । ଏପରି ଆପତ୍ତି ଉଠାଇଛନ୍ତି କ୍ରିକେଟ ପ୍ରଶାସନିକ କମିଟିର ସଦସ୍ୟ ଡାଇନା ଇଦୁଲଜି ଓ ବିସିସିଆଇ ଆପେକ୍ସ କମିଟି ସଦସ୍ୟ ସାନ୍ଥା ରଙ୍ଗସ୍ବାମୀ ।
ଏନେଇ ଉଭୟ ସଦସ୍ୟ ବିସିସିଆଇ ସିଇଓ ରାହୁଲ ଜୋହରିଙ୍କୁ ଚିଠି ଲେଖି ଜଣାଇଛନ୍ତି । ମହିଳା କ୍ରିକେଟର ପରିଚାଳନା ମୁଖ୍ୟ ସାବା କରିମ ଏହି ନିଯୁକ୍ତିକୁ ନେଇ ଅଡୁଆରେ ପଡିଛନ୍ତି ।
ମହିଳା ଚନୟକର୍ତ୍ତା ପ୍ୟାନେଲର ମୁଖ୍ୟ ହେମଲତା କାଲାଙ୍କ ନେତ୍ବତ୍ବରେ ବିସିସିଆଇ ସିଇଓଙ୍କୁ ନିଯୁକ୍ତି ସଂପର୍କରେ ଅଭିଯୋଗ କରିଛନ୍ତି । ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚାଲେଞ୍ଜର୍ସ ଦିନକ ପୂର୍ବରୁ ଷ୍ଟୋର୍ଟସ ମସାଜ ଫିଜିଓ ଭାବେ ପ୍ରଥମ ଦଳ ଭାବେ ମହିଳା ସପୋର୍ଟ ଷ୍ଟାଫ ନିଯୁକ୍ତ କରିଥିଲା ।