ETV Bharat / sports

'ପନ୍ତ ହିଁ ଧୋନିଙ୍କ ଏକମାତ୍ର ବିକଳ୍ପ'

ଦଳ ଚୟନକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି କ୍ରୀଡ଼ାପ୍ରେମୀ। ଦଳରେ କାହିଁକି ଋଷଭ ପନ୍ତଙ୍କୁ ସ୍ଥାନ ମିଳିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି କ୍ରୀଡ଼ାପ୍ରେମୀ।

author img

By

Published : Apr 17, 2019, 12:10 AM IST

Updated : Apr 17, 2019, 12:16 AM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

କଟକ: 2019 ବିଶ୍ୱକପ ପାଇଁ ହୋଇସାରିଛି ଭାରତୀୟ ଦଳର ଘୋଷଣା । ଦଳରେ ରହିଛନ୍ତି 15 ଅଭିଜ୍ଞ ଖେଳାଳି । ପ୍ରାରମ୍ଭିକ ଯୋଡିଠୁ ଆରମ୍ଭ କରି ଅଲରାଉଣ୍ଡର, ସ୍ପିନର ଓ ପେସର ପର୍ଯ୍ୟନ୍ତ ସମସ୍ତ ନିଜ ନିଜ ସ୍ଥାନରେ ଫିଟ ଅଛନ୍ତି । କିନ୍ତୁ ଦଳ ଚୟନକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି କ୍ରୀଡ଼ାପ୍ରେମୀ। ଦଳରେ କାହିଁକି ଋଷଭ ପନ୍ତଙ୍କୁ ସ୍ଥାନ ମିଳିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି କ୍ରୀଡ଼ାପ୍ରେମୀ।

ଭିଡିଓ ସୌଜନ୍ୟ- ରିପୋର୍ଟର କଟକ

ଯଦି ବିଗତ ଦିନର କଥା ଆଲୋଚନା କରାଯାଏ, ତେବେ ଋଷଭ ପନ୍ତ କଙ୍ଗାରୁ ମାଟି ଓ ଇଂଲଣ୍ଡ ମାଟିରେ ପ୍ରଭାବୀ ପ୍ରଦର୍ଶନ କରିସାରିଛନ୍ତି। କିନ୍ତୁ ବିସିସିଆଇ ଓ ଚୟନକର୍ତ୍ତା ଋଷଭଙ୍କ ଉପରେ କଣ ପାଇଁ ଆସ୍ଥା ପ୍ରକଟ କଲେନି ତାହା ଏବେ ସନ୍ଦେହ ଘେରରେ। ଅନ୍ୟପଟେ ଆଇପିଏଲରେ ମଧ୍ୟ ପନ୍ତଙ୍କ ଜଲୱା ଜାରି ରହିଛି। ତେଣୁ ଏହି ଫର୍ମକୁ ଆଖି ଆଗରେ ରଖି ଯୁବ କ୍ରିକେଟର ପନ୍ତଙ୍କୁ ଦଳରେ ସାମିଲ କରିବା ଉଚିତ ଥିଲା ବୋଲି କହିଛନ୍ତି କ୍ରୀଡାପ୍ରେମୀ।

ଋଷଭ କେବଳ ଯେ ଟି-20 ଫର୍ମାଟରେ ବିସ୍ଫୋରକ ଖେଳ ପ୍ରଦର୍ଶନ କରନ୍ତି ତାହା ନୁହେଁ ଉଭୟ 50 ଓଭର ଓ ଟେଷ୍ଟ ସିରିଜରେ ମଧ୍ୟ ସମାନ ଢଙ୍ଗରେ ଖେଳ ପ୍ରଦର୍ଶନ କରନ୍ତି । ଯଦି ଚଳିତ ଆଇପିଏଲରେ ଋଷଭଙ୍କ ଖେଳ ଷ୍ଟାଟେଜିକୁ ଦେଖିବା, ତେବେ ଦିନେଶ କାର୍ତ୍ତିକଙ୍କଠାରୁ ବେଶ ଆଗରେ ଅଛନ୍ତି ବୋଲି କହିଛନ୍ତି କ୍ରୀଡ଼ାପ୍ରେମୀ।

ଏହି ଚୟନରେ ପକ୍ଷପାତିତା ହୋଇଛି । କେବଳ ଯେ ବରିଷ୍ଠ ବିଶ୍ୱକପ ପାଇଁ ଚୟନ ହେବେ ତାହା ନୁହେଁ କିଛି ଯୁବ କ୍ରିକେଟରକୁ ମଧ୍ୟ ଦଳରେ ସ୍ଥାନ ଦେବା ଉଚିତ। ତେବେ ଯଦି ଋଷଭ ଦଳକୁ ପ୍ରତ୍ୟାବର୍ତନ ନକରନ୍ତି। ତେବେ ଭାରତ ଅଶାନୁରୂପକ ପ୍ରଦର୍ଶନରେ ବିଫଳ ହେବ ବୋଲି କହିଛନ୍ତି କ୍ରୀଡ଼ାପ୍ରେମୀ।

କଟକରୁ ପ୍ରଭୁକଲ୍ୟାଣ ପାଲଙ୍କ ରିପୋର୍ଟ, ଇଟିଭି ଭାରତ

Last Updated : Apr 17, 2019, 12:16 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.