ETV Bharat / sports

ନେଟ୍ସରେ ପ୍ରାକ୍ଟିସ କରୁଛନ୍ତି ଧୋନି, କିନ୍ତୁ ଖେଳିବେନି ଆଗାମୀ ମ୍ୟାଚ - ମହେନ୍ଦ୍ର ସିଂହ ଧୋନି

ନିଜ ହୋମ ଟାଉନ ରାଞ୍ଚିର ଏକ କ୍ରିକେଟ ଗ୍ରାଉଣ୍ଡରେ ଅଭ୍ୟାସ କରୁଛନ୍ତି ଧୋନି । କିନ୍ତୁ ଆସନ୍ତା ଡିସେମ୍ବର 6 ତାରିଖରୁ ଆରମ୍ଭ ହେବାକୁ ଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଟି-20 ସିରିଜ ପାଇଁ ଧୋନି ନିଜକୁ ଅନୁପସ୍ଥିତ ରଖିଛନ୍ତି ।

ନେଟ୍ସରେ ପ୍ରାକ୍ଟିସ କରୁଛନ୍ତି ଧୋନି
author img

By

Published : Nov 15, 2019, 11:31 PM IST

ନୂଆଦିଲ୍ଲୀ: ନେଟ୍ସରେ କରୁଛନ୍ତି ପ୍ରାକ୍ଟିସ କିନ୍ତୁ ଖେଳିବେନି ଆଗାମୀ ମ୍ୟାଚ । ବିଶ୍ବକପ ପରେ ଅବସରକୁ ନେଇ ଲାଇମ ଲାଇଟରେ ଥିବା ଭାରତୀୟ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ତେବେ ଏହି ଭିଡିଓଟି ରାଞ୍ଚିର । ନିଜ ହୋମ ଟାଉନ ରାଞ୍ଚିର ଏକ କ୍ରିକେଟ ଗ୍ରାଉଣ୍ଡରେ ଅଭ୍ୟାସ କରୁଛନ୍ତି ଧୋନି । କିନ୍ତୁ ଆସନ୍ତା ଡିସେମ୍ବର 6 ତାରିଖରୁ ଆରମ୍ଭ ହେବାକୁ ଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଟି-20 ସିରିଜ ପାଇଁ ଧୋନି ନିଜକୁ ଅନୁପସ୍ଥିତ ରଖିଛନ୍ତି ।

ଉଲ୍ଲେଖଥାଉ କି, ଧୋନି ଶେଷଥର ପାଇଁ ଚଳିତ ବର୍ଷ ଜୁଲାଇରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ବିଶ୍ବକପ୍ ସେମିଫାଇନାଲରେ ଭାରତୀୟ ଜର୍ସିରେ ନଜର ଆସିଥିଲେ । ଏହା ପରେ ସେ କୌଣସି ଦ୍ବିପାଖିକ ସିରିଜ ଖେଳି ନାହାଁନ୍ତି । ବିଶ୍ବକପ ପରେ ଅବସରର ଚର୍ଚ୍ଚା ଜୋର ଧରିଥିବା ବେଳେ ଧୋନିଙ୍କ ସମର୍ଥକ କିନ୍ତୁ ଏହାକୁ ଖଣ୍ଡନ କରୁଛନ୍ତି ।

ତେବେ ବିସିସିଆଇ ଚୟନକର୍ତ୍ତା ଅଧ୍ୟକ୍ଷ ଏମଏସକେ ପ୍ରସାଦ ସ୍ପଷ୍ଟଭାବେ କହିଥିଲେ ଯେ ବର୍ତ୍ତମାନ ଆମେ ଧୋନିଙ୍କ ବିନା ଆଗକୁ ବଢ଼ୁଛୁ । ଧୋନିଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଅଧିକରୁ ଅଧିକ ସୁଯୋଗ ଦିଆଯାଉଛି ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.