ETV Bharat / sports

'ଧୋନିଙ୍କୁ 2019 ବିଶ୍ବକପ ପରେ ଅବସର ନେବାର ଥିଲା' - ପାକିସ୍ତାନ କ୍ରିକେଟର ସୋଏବ ଅଖତର

ପୂର୍ବତନ ପାକିସ୍ତାନ କ୍ରିକେଟର ସୋଏବ ଅଖତର ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ବଡ ବୟାନ । ଧୋନିଙ୍କୁ 2019 ବିଶ୍ବକପ ଶେଷ ପରେ ଅବସର ନେବା ଉଚିତ ଥିଲା କହିଛନ୍ତି ଅଖତର ।

Dhoni should have retired after 2019 World Cup: Akhtar
'ଧୋନିଙ୍କୁ 2019 ବିଶ୍ବକପ ପରେ ଅବସର ନେବାର ଥିଲା'
author img

By

Published : Apr 12, 2020, 5:03 PM IST

ଲାହୋର: ପୂର୍ବତନ ପାକିସ୍ତାନ କ୍ରିକେଟର ସୋଏବ ଅଖତର ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ବଡ ବୟାନ । ଧୋନିଙ୍କୁ 2019 ବିଶ୍ବକପ ଶେଷ ପରେ ଅବସର ନେବା ଉଚିତ ଥିଲା କହିଛନ୍ତି ଅଖତର ।

ତେବେ ପୂର୍ବତନ ଟିମ ଇଣ୍ଡିଆ କ୍ୟାପଟେନ ଧୋନିଙ୍କୁ ବିଦାୟକାଳୀନ ମ୍ୟାଚ ଖେଳିବାର ସୁଯୋଗ ମିଳିବ ବୋଲି ଆଶା ରଖିଥିବା କହିଛନ୍ତି ସୋଏବ ଅଖତର । ଧୋନି କ୍ରିକେଟରେ ଦେଶ ପାଇଁ ଯଥା ସାଧ୍ୟ ସେବା କରିଛନ୍ତି । ସମ୍ମାନର ସହ ତାଙ୍କୁ କ୍ରିକେଟ ଛାଡିବା ଉଚିତ ବୋଲି ମଧ୍ୟ ଅଖତର ମତ ରଖିଛନ୍ତି ।

ତେବେ ଧୋନି ଅବସରକୁ ନେଇ ଅନେକ ଚର୍ଚ୍ଚା ହେଉଥିଲେ ନିରବ ରହିଛନ୍ତି । ଟିମ ଇଣ୍ଡିଆର ଏହି ପୂର୍ବତନ କ୍ୟାପଟେନ ଶେଷ ଥର ପାଇଁ ଭାରତୀୟ ଦଳରେ 2019 ବିଶ୍ବକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ । ଆଇପିଏଲରେ ପୁଣି କ୍ରିକେଟ ମଇଦାନରେ ଧୋନିଙ୍କୁ ଦେଖିବାକୁ ମିଳିବା ନେଇ ଫ୍ୟାନ୍ସ ଉତ୍ସାହିତ ଥିଲେ । ମାତ୍ର କୋରୋନା ଭାଇରସ ସଂକ୍ରମଣ ଓ ଲକଡାଉନ ଯୋଗୁଁ ଚଳିତ ବର୍ଷ ଆଇପିଏଲ ଖେଳାଯିବା ନେଇ ସନ୍ଦେହ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.