ETV Bharat / sports

ଆଇପିଏଲ 2020: ଚେନ୍ନାଇର ବିଜୟ ପରେ ଏହି 2ଖେଳାଳିଙ୍କ ପ୍ରଶଂସା କଲେ ଧୋନି

author img

By

Published : Oct 30, 2020, 2:22 PM IST

ଧୋନି ପୁରସ୍କାର ବିତରଣ ସମାରୋହରେ ଅଲରାଉଣ୍ଡର ଜାଡେଜା ଓ ଋତୁରାଜ ଗାଏକ୍ବାଡଙ୍କ ବେଶ୍‌ ପ୍ରଶଂସା କରିଛନ୍ତି ।

ଆଇପିଏଲ 2020: ଚେନ୍ନାଇର ବିଜୟ ପରେ ଏହି 2ଖେଳାଳିଙ୍କ ପ୍ରଶଂସା କଲେ  ଧୋନି
ଆଇପିଏଲ 2020: ଚେନ୍ନାଇର ବିଜୟ ପରେ ଏହି 2ଖେଳାଳିଙ୍କ ପ୍ରଶଂସା କଲେ ଧୋନି

ଦୁବାଇ: ଓପନର ଋତୁରାଜ ଗାଏକ୍ବାଡଙ୍କ ଦମଦାର ଅର୍ଦ୍ଧଶତକ ଓ ରବିନ୍ଦ୍ର ଜାଡେଜାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ସୁପରକିଙ୍ଗ୍ସ କେକେଆରକୁ 6 ଓ୍ବିକେଟରେ ପରାସ୍ତ କରିଛି । ତେବେ ଏହି ମ୍ୟାଚରେ 53ବଲ୍‌ରେ 72ରନ୍‌ର ଇଂନିସ ଖେଳିଥିବା ଋତୁରାଜଙ୍କୁ ମ୍ୟାନ ଅଫ ଦି ମ୍ୟାଚ ମିଳିଛି । ଏହି ବିଜୟ ପରେ ସିଏସକେ ଅଧିନାୟକ ଏମଏସ ଧୋନି ସମସ୍ତ ଯୋଜନା ସଫଳ ହୋଇଥିବା କହିଛନ୍ତି ।

ଧୋନି ପୁରସ୍କାର ବିତରଣ ସମାରୋହରେ କହିଛନ୍ତି ଯେ, ଏହି ମ୍ୟାଚରେ ଯୋଜନା ବେଶ୍‌ ସଫଳ ରହିଲା । ଖୁସି ଲାଗୁଛି ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେବା ସଠିକ୍‌ ନିର୍ଣ୍ଣୟ ସାବ୍ୟସ୍ତ ହୋଇଛି । ଜାଡେଜା ଏହି ଲିଗ୍‌ରେ ସାନଦାର ବ୍ୟାଟିଂ କରିଛନ୍ତି । ସେ ଆମ ଟିମର ଏକମାତ୍ର ଖେଳାଳି ଯିଏ ଅନ୍ତିମ ଓଭରରେ ଶାନଦାର ସଟ୍‌ ମାରୁଛନ୍ତି ।

ଏଥିସହ କ୍ରମାଗତ ମ୍ୟାନ ଅଫ ଦି ମ୍ୟାଚ ବିଜେତା ଋତୁରାଜ ଗାଏକ୍ବାଡଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ।

ସେ କହିଛନ୍ତି ଯେ, ଋତୁରାଜଙ୍କୁ ନେଟସ୍‌ରେ ଅଭ୍ୟାସ କରୁଥିବାର ଦେଖିଥିଲେ । ଏହାପରେ ସେ ତାଙ୍କର କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ଫଳରେ 20ଦିନ ଟିମରୁ ବାଦ୍‌ ପଡିଥିଲା । ଏହା ବହୁତ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା । ସେ ବହୁତ ପ୍ରତିଭାବାନ ଖେଳାଳି । ସେ ବହୁତ କମ କଥା କୁହନ୍ତି ଏହି କାରଣରୁ ଟିମ ପ୍ରବନ୍ଧକଙ୍କୁ ଖେଳାଳିଙ୍କ ସମ୍ବନ୍ଧରେ ଜାଣିବାକୁ ଅସୁବିଧା ହୁଏ । ଋତୁରାଜ ଯେତେବେଳେ ବ୍ୟାଟିଂ କରନ୍ତି ଦେଖିପାରିବେ ସେ ବଲ୍‌କୁ ଯେପରି ହିଟ କରିବାକୁ ଚାହାଁନ୍ତି ସେପରି କରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.