ETV Bharat / sports

ଏମଏସ ଧୋନି ଓ ବିରାଟ କୋହଲି ଭାରତୀୟ ଟିମକୁ କରିଛନ୍ତି ସୁଦୃଢ଼: ଗାଭାସ୍କର

ଭାରତୀୟ ଟିମକୁ ଶ୍ରେଷ୍ଠ କରି ଗଢ଼ି ତୋଳିବାରେ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ଧୋନି ଓ ବିରାଟ କୋହଲି ବୋଲି କହିଛନ୍ତି ସୁନୀଲ ଗାଭାସ୍କର । ଅଧିକ ପଢ଼ନ୍ତୁ...

author img

By

Published : Apr 7, 2020, 7:58 PM IST

Dhoni and Virat Kohli, important role, build team spirit, Sunil Gavaskar, ଏମଏସ ଧୋନି ଓ ବିରାଟ କୋହଲି, ଭାରତୀୟ ଟିମକୁ କରିଛନ୍ତି ସୁଦୃଢ଼, ସୁନୀଲ ଗାଭାସ୍କର
ଏମଏସ ଧୋନି ଓ ବିରାଟ କୋହଲି ଭାରତୀୟ ଟିମକୁ କରିଛନ୍ତି ସୁଦୃଢ଼: ଗାଭାସ୍କର

ନୂଆଦିଲ୍ଲୀ: ଟିମ ସ୍ପୋର୍ଟ ମାନେ ହେଉଛି ପରସ୍ପର ମଧ୍ୟରେ ବନ୍ଧୁତ୍ବ ଓ ଟିମ ମଧ୍ୟରେ ଏକ ଉତ୍ତମ ସଂସ୍କୃତି ସୃଷ୍ଟି କରିବା ବୋଲି ବିଶ୍ବାସ କରନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର । ତେବେ ବର୍ତ୍ତମାନ ଟିମ ଯଦି ଭଲ ପ୍ରଦର୍ଶନ କରୁଛି ତେବେ ଏହାର ଶ୍ରେୟ ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ବର୍ତ୍ତମାନର ଅଧିନାୟକ ବିରାଟ କୋହଲିଙ୍କୁ ଦେଇଛନ୍ତି ।

‘ନିଜ ଖେଳାଳିଙ୍କୁ ପୁରସ୍କୃତ କରିବାର ଭାରତୀୟ ଟିମର ପରମ୍ପରା ଖୁବ ସୁନ୍ଦର, ଖାସ କରି ଘରୋଇ ମ୍ୟାଚ ଗୁଡି଼କରେ । ଯେମିତି କି ସବୁ ଭାରତୀୟ କ୍ରିକେଟ ଫ୍ୟାନ ଜାଣିଛନ୍ତି ଯେ, ଭାରତରେ ଅନ୍ତର୍ଜାତୀୟ ମ୍ୟାଚ ବେଳେ, ଉଭୟ ଭ୍ରମଣକାରୀ ଓ ଘରୋଇ ଟିମ ଏକ ସ୍ବତନ୍ତ୍ର ଚାଟାର୍ଡ ବିମାନ ଯୋଗେ ଗୋଟିଏ ଭେନ୍ୟୁରୁ ଆଉ ଗୋଟିଏ ଭେନ୍ୟୁକୁ ଯାଇଥାନ୍ତି । ତେବେ ସେହି ବିମାନରେ ହିଁ ଟିଲିଭିଜନ କ୍ର୍ୟୁ ମଧ୍ୟ ଯାଇଥାନ୍ତି । ବିଜନେସ କ୍ଲାସରେ ଖୁବ କମ ସିଟ ଥାଏ । ଯାହା ଅଧିନାୟକ, କୋଚ ଓ ମ୍ୟାନେଜର ମାନଙ୍କୁ ଦିଆଯାଇଥାଏ । ତେବେ ଯେଉଁ ଖେଳାଳି ପୂର୍ବ ମ୍ୟାଚରେ ଭଲ ପ୍ରଦର୍ଶନ କରିଥାନ୍ତି ତାଙ୍କୁ ଇକୋନୋମି କ୍ଲାସ ବଦଳରେ ସେଠାରେ ବସିବାକୁ ସୁଯୋଗ ମିଳିଥାଏ ।’

‘ମହେନ୍ଦ୍ର ସିଂହ ଧୋନି କ୍ବଚିତ ହିଁ ବିଜେନେସ କ୍ଲାସରେ ବସନ୍ତି । ସେ ଯେତେବେଳେ ଅଧିନାୟକ ଥିଲେ ସେତେବେଳେ ବି ଟେଲିଭିଜନ କ୍ର୍ୟୁ, କ୍ୟାମେରା ପର୍ସନ ଓ ସାଉଣ୍ଡ ଇଞ୍ଜିନିୟରଙ୍କ ସହ ବସିବାକୁ ଅଧିକ ପସନ୍ଦ କରନ୍ତି’ ବୋଲି ଗାଭାସ୍କର କହିଛନ୍ତି ।

‘ବିରାଟ କୋହଲି ମଧ୍ୟ ଭଲ ବୋଲିଂ କରିଥିବା ବୋଲରଙ୍କୁ ନିଜ ସିଟ ଦେଇ ନିଜେ ଇକୋନୋମି କ୍ଲାସରେ ଯାଇ ବସନ୍ତି । ଏସବୁ ସାଧାରଣ ଆଚରଣ କିନ୍ତୁ ଟିମକୁ ଅଧିକ ଶୃଙ୍ଖଳିତ ଓ ମଜବୁତ କରି ଗଢ଼ି ତୋଳିବାରେ ବେଶ ସହାୟକ ହୋଇଥାଏ ।’ ବୋଲି ମତ ଦେଇଛନ୍ତି ଗାଭାସ୍କର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.