ନୂଆଦିଲ୍ଲୀ: ଶିଖର ଧୱନଙ୍କ ପରିବାରରେ ଆଉ ଦୁଇ ଜଣ ସଦସ୍ୟ ସାମିଲ ହୋଇଛନ୍ତି । ସୋସିଆଲ ମିଡିଆରେ ଏନେଇ ଘୋଷଣା କରି ଭାରତୀୟ ଓପନର ଦୁଇଟି କୁକୁରକୁ ଆଡପ୍ଟ କରିଥିବା କଥା କହିଛନ୍ତି ।
ତାଙ୍କର ନୂଆ ବନ୍ଧୁଙ୍କ ସହ ଟ୍ବିଟରରେ ଫଟୋ ସେୟାର କରିଛନ୍ତି ଧୱନ । ଏହାସହ ସେମାନଙ୍କର କଣ ନାଁ ରଖିଛନ୍ତି ତାହା ମଧ୍ୟ କହିଛନ୍ତି ।
ଶୁକ୍ରବାର ସେୟାର କରିଥିବା ଫଟୋରେ କ୍ୟାପସନ ଦେଇ ଶିଖର ଲେଖିଛନ୍ତି, ‘‘ଏହି ଦୁଇ କ୍ୟୁଟିଙ୍କୁ ଆଜି ଆଡପ୍ଟ କଲି । କ୍ଲୋଇ ଓ ଭାଲେଣ୍ଟାଇନ ଆମର ନୂଆ ପରିବାର ସଦସ୍ୟ ।’’
-
Adopted these cuties today ❤️ Chloe and Valentine our new family members 🐕🐕 #desidogs pic.twitter.com/gk9gr37jBO
— Shikhar Dhawan (@SDhawan25) June 26, 2020 " class="align-text-top noRightClick twitterSection" data="
">Adopted these cuties today ❤️ Chloe and Valentine our new family members 🐕🐕 #desidogs pic.twitter.com/gk9gr37jBO
— Shikhar Dhawan (@SDhawan25) June 26, 2020Adopted these cuties today ❤️ Chloe and Valentine our new family members 🐕🐕 #desidogs pic.twitter.com/gk9gr37jBO
— Shikhar Dhawan (@SDhawan25) June 26, 2020
କୋରୋନା ମହାମାରୀ ଯୋଗୁଁ କ୍ରିକେଟ ବନ୍ଦ ରହିଥିବା ବେଳେ ଧୱନ ପ୍ରାୟ ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି ।
ନିକଟରେ ଧୱନ ଘୋଡ଼ା ସବାରି କରୁଥିବାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ସେୟାର କରି ଲେଖିଥିଲେ, ‘‘ଅନେକ ବର୍ଷ ପରେ ଏହି ଅନୁଭୁତି ନେଉଛି । କି ସବାରି ଥିଲା ।’’
ଶିଖରଙ୍କ ଏହି ପୋଷ୍ଟରେ ସ୍ପିନର କୁଲଦୀପ ଲେଖିଥିଲେ, ‘‘ପାଜୀ ୱାଃ ଜୀ ଏକା ଏକା’’ । କୁଲଦୀପଙ୍କୁ ଉତ୍ତର ଦେଇ ଶିଖର ଲେଖିଥିଲେ, ‘‘ଆସିଯାଅ ଯେବେ ତୁମ ଇଚ୍ଛା’’ ।
@IANS