ETV Bharat / sports

'ଦିନେ ନା ଦିନେ ଟିମ ଇଣ୍ଡିଆର କୋଚ ହେବି'

ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ଟିମ ଇଣ୍ଡିଆର କୋଚ ହେବାକୁ ଚାହାଁନ୍ତି । ତେବେ ସେ ସମୟକୁ ଅପେକ୍ଷା କରିବେ ଏବେ ତାଙ୍କର ସମୟ ନୁହେଁ ବୋଲି କହିଛନ୍ତି ।

author img

By

Published : Aug 3, 2019, 2:01 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ଟିମ ଇଣ୍ଡିଆର କୋଚ ହେବାକୁ ଚାହାଁନ୍ତି । ତେବେ ଦିନେ ନା ଦିନେ ସେ କୋଚ ଦାୟିତ୍ବ ତୁଲାଇବାକୁ ଇଚ୍ଛା ରଖିଛନ୍ତି ବୋଲି କହିଛନ୍ତି । ତେବେ ସେ ସମୟକୁ ଅପେକ୍ଷା କରିବେ ଏବେ ତାଙ୍କର ସମୟ ନୁହେଁ ।

ଟିମ ଇଣ୍ଡିଆର ୱେଷ୍ଟଇଣ୍ଡିଜ ଗସ୍ତ ପରେ ବର୍ତ୍ତମାନର କୋଚ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବ । ଏହାପରେ ନୂଆ କୋଚ ନେଇ ବିସିସିଆଇ ଘୋଷଣା କରିବ । ନୂଆକୋଚ ଚୟନ ନେଇ ବିସିସିଆଇ ଆବେଦନ ପ୍ରକ୍ରିୟା ସାରିଛି । ତେବେ ରବି ଶାସ୍ତ୍ରୀ ଆଉଥରେ କୋଚ ରହିପାରନ୍ତି ବୋଲି ଅନୁମାନ କରାଯାଉଛି । ଶେଷ ଥର କ୍ରିକେଟ ଆଡଭାଜାରୀ କମିଟିର ମୁଖ୍ୟ ରହି ଟିମ ଇଣ୍ଡିଆର ଏହି ସଫଳତମ କ୍ୟାପଟେନ ସୌରଭ ଗାଙ୍ଗୁଲି, ରବି ଶାସ୍ତ୍ରୀଙ୍କୁ କୋଚ ଚୟନ କରିଥିଲେ ।

ତେବେ ଆଉ ଗୋଟିଏ ଥର ପରେ କୋଚ ପାଇଁ ଆବେଦନ କରିବେ ବୋଲି ଗାଙ୍ଗୁଲି କହିଛନ୍ତି । 47 ବର୍ଷିୟ ଗାଙ୍ଗୁଲି ବର୍ତ୍ତମାନ କ୍ରିକେଟ ଆସୋସିଏସନ ବେଙ୍ଗଲ(CAB)ର ସଭାପତି ଅଛନ୍ତି । ଏହାସହ ଆଇପିଏଲ ଫ୍ରାଞ୍ଚାଇଚ ଦିଲ୍ଲୀ କ୍ୟାପିଟାଲ୍ସର ଟିମ ଆଡଭାଇଜର ମଧ୍ୟ ଅଛନ୍ତି । ଏଥସହିତ କ୍ରିକେଟ କମେଣ୍ଟ୍ରି ଓ ଲୋକପ୍ରିୟ ବେଙ୍ଗଲି କୁଇଜ ସୋ ରେ ପରିଚାଳକ ଅଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.