ନୂଆଦିଲ୍ଲୀ: ସମ୍ମାନଜନକ ଅର୍ଜୁନ ଆୱାର୍ଡ ପାଇଁ ମନୋନୀତ ହୋଇଛନ୍ତି ମହିଳା କ୍ରିକେଟର ଦିପ୍ତୀ ଶର୍ମା । ଏନେଇ ଦିପ୍ତୀ ଖୁସି ଜାହିର କରିବା ସହ କୃତଜ୍ଞତା ଜଣାଇଛନ୍ତି । ଏଥିସହିତ ସମସ୍ତ କୋଚ, ଷ୍ଟାଫ ଓ ସାଥୀ ଖେଳାଳିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ଦିନରେ ଅଧିକ ପ୍ରଭାବି ପ୍ରଦର୍ଶନ କରିବାକୁ ଏହା ପ୍ରେରଣା ଯୋଗାଇବ ବୋଲି ଟ୍ବିଟରେ ଲେଖିଛନ୍ତି ।
-
I'm extremely grateful to be nominated by the @BCCI for the Arjuna award.
— Deepti Sharma (@Deepti_Sharma06) June 1, 2020 " class="align-text-top noRightClick twitterSection" data="
Would like to thank all my coaches, mentors and the team for supporting me through the journey. Will keep giving my best! pic.twitter.com/V8I9ieqoMk
">I'm extremely grateful to be nominated by the @BCCI for the Arjuna award.
— Deepti Sharma (@Deepti_Sharma06) June 1, 2020
Would like to thank all my coaches, mentors and the team for supporting me through the journey. Will keep giving my best! pic.twitter.com/V8I9ieqoMkI'm extremely grateful to be nominated by the @BCCI for the Arjuna award.
— Deepti Sharma (@Deepti_Sharma06) June 1, 2020
Would like to thank all my coaches, mentors and the team for supporting me through the journey. Will keep giving my best! pic.twitter.com/V8I9ieqoMk
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ ପକ୍ଷରୁ) ପକ୍ଷରୁ 24 ବର୍ଷିୟା ଦିପ୍ତୀ ଅର୍ଜୁନ ଆୱାର୍ଡ ପାଇଁ ମନୋନୀତ ହୋଇଛନ୍ତି । ଦିପ୍ତୀ ଶର୍ମା ଏକମାତ୍ର ମହିଳା ଭାରତୀୟ ସ୍ପିନର ଭାବେ ଗୋଟିଏ ଦିନିକିଆ ମ୍ୟାଚରେ 6ଟି ୱିକେଟ ହାସଲ କରିଛନ୍ତି । 2020 ମହିଳା ଟି-20 ବିଶ୍ବକପରେ ପ୍ରଭାବି ପ୍ରଦର୍ଶନରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଦିପ୍ତୀ । ଅଷ୍ଟ୍ରେଲିଆ ବିପକ୍ଷରେ 4 ଓଭରରେ 17 ରନ ବ୍ୟୟ କରି 4ୱିକେଟ ଓ ଶ୍ରୀଲଙ୍କା ବିପକ୍ଷରେ16 ରନ ବ୍ୟୟ କରି ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।
ବିସିସିଆଇ ଦିପ୍ତୀଙ୍କ ସହ ପୁରୁଷ କ୍ରିକେଟର ଇଶାନ୍ତ ଶର୍ମା ଓ ଶିଖର ଧାୱନ ଅର୍ଜୁନ ଆୱାର୍ଡ ପାଇଁ ମନୋନୀତ ହୋଇଛନ୍ତି । ଓପନର ରୋହିତ ଶର୍ମା କ୍ରୀଡାକ୍ଷେତ୍ରର ସର୍ବୋଚ୍ଚ ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।