କଟକ: ଫାଷ୍ଟ କ୍ଲାସ କ୍ରିକେଟରୁ ଅବସର ନେଲେ ଦୀପକ ରଞ୍ଜନ ବେହେରା । ସେ ଓଡିଶା ପାଇଁ ଦୀର୍ଘ ଦିନ ହେବ ଖେଳି ଆସୁଥିଲେ । ଜଣେ ଦକ୍ଷ ଅଲରାଉଣ୍ଡର ହିସାବରେ ସେ ଥିଲେ ବେଶ ଚର୍ଚ୍ଚିତ । ଆଜି ସେ କ୍ରିକେଟକୁ କହିଛନ୍ତି ବାଏ ବାଏ ।
ସେ 13 ବର୍ଷ ଧରି ଓଡ଼ିଶା ଟିମ ସହ ଜଡିତ ଥିଲେ । ସୌରଷ୍ଟ୍ର ବିପକ୍ଷରେ ପ୍ରଥମ ରଣଜୀ ପଦାର୍ପଣ କରିଥିଲେ ଦୀପକ । ଫାଷ୍ଟ କ୍ଲାସ କ୍ରିକେଟ, ଲିଷ୍ଟ ଏ ଓ ଟି-20କୁ ଦେଖିଲେ ସେ ଫାଷ୍ଟ କ୍ଲାସ କ୍ରିକେଟରେ ସର୍ବାଧିକ ୱିକେଟ ଅକ୍ତିଆର କରିଛନ୍ତି । 45ଟି ମ୍ୟାଚ 102ଟି ୱିକେଟ ନେଇଛନ୍ତି ସେ । ସେହିପରି ଲିଷ୍ଟ ଏରେ 47 ମ୍ୟାଚ ରୁ 51 ୱିକେଟ ଓ ଟି-20 ରେ 39 ମ୍ୟାଚରେ 38 ୱିକେଟ ଅକ୍ତିଆର କରିଛନ୍ତି ଦୀପକ । ସେହିପରି ବ୍ୟାଟିଂ ଯଦି ଦେଖିବା ତେବେ ସେ ଫାଷ୍ଟ କ୍ଲାସ କ୍ରିକେଟରେ ତାଙ୍କର କ୍ୟାରିୟରରେ 1079 ରନ ସଂଗ୍ରହ କରିଛନ୍ତି । ସର୍ବାଧିକ ସ୍କୋର ହେଉଛି 67 । ତେବେ ଦୀପକ ବେହେରା ଓଡ଼ିଶା କ୍ରିକେଟ ଆସୋସିଏସନକୁ ଗୁରୁବାର ଦିନ ବିଧିବଦ୍ଧ ଭାବରେ ଅବସରରେ ନେଇଥିବା ସୂଚନା ଦେଇଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ