ETV Bharat / sports

ସେଞ୍ଚୁରିଆନ ଟେଷ୍ଟ: ପ୍ରଥମ ଦିନ ଖେଳ ଶେଷ, ଦକ୍ଷିଣ ଆଫ୍ରିକା 277/9 - Curran star for team

ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକାର ସ୍କୋର 277/9 ରହିଛି । ଅଧିକ ପଢନ୍ତୁ...

SA vs ENG 1st Test
ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ
author img

By

Published : Dec 27, 2019, 5:09 AM IST

ସେଞ୍ଚୁରିଆନ: ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଆରମ୍ଭ ହୋଇଛି । ପ୍ରଥମ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକାର ସ୍କୋର 277/9 ରହିଛି ।

ଇଂଲଣ୍ଡ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତି କରିଥିଲା । ଫଳରେ ଆମନ୍ତ୍ରଣ ପାଇଁ ପ୍ରଥମେ ବ୍ୟାଟିଂ କରିଥିଲା ଦକ୍ଷିଣ ଆଫ୍ରିକା । ଦଳକୁ ଫେରି କ୍ୟାରିୟରର 150ତମ ଟେଷ୍ଟମ୍ୟାଚ ଖେଳୁଥିବା, ଷ୍ଟାର ପେସ ବୋଲର ଆଣ୍ଡରସନ, ପ୍ରଥମ ବଲରେ ହିଁ ଦକ୍ଷିଣ ଆଫ୍ରିକା ଓପନର ଡିନ ଏଲଗାରଙ୍କୁ ଆଉଟ କରି ପାଭିଲିୟନ ଫେରାଇଥିଲେ ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଓପନର ଡି-କକ ସର୍ବାଧିକ 95 ରନର ଇଂନିସ ଖେଳିଥିଲେ । ଜୁବେର ହମଜା 39, କ୍ୟାପଟେନ ଡୁପ୍ଲେସିସ 29 ଓ ଡ୍ବାଇନ ପ୍ରିଟୋରିସ 33 ରନର ଇଂନିସ ଖେଳିଥିଲେ ।

ଇଂଲଣ୍ଡ ପକ୍ଷରୁ ଯୁବ ବୋଲର ସାମ କରନ ସର୍ବାଧିକ 4 ଟି ୱିକେଟ ହାସଲ କରିଛନ୍ତି । ଷ୍ଟୁଆର୍ଟ ବ୍ରଡ 3ଟି, ଆଣ୍ଡରସନ ଓ ଜୋଫ୍ରା ଆର୍ଚର ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.