ETV Bharat / sports

ପ୍ରଥମ ଦିବା ରାତ୍ର ଟେଷ୍ଟ: ପିଙ୍କ୍ ବଲରେ ଭାରତୀୟ ବୋଲରଙ୍କ କମାଲ - Day/Night Test

ପ୍ରଥମ ପିଙ୍କ ବଲ ଟେଷ୍ଟ ମ୍ୟାଚରେ ଭାରତୀୟ ବୋଲରଙ୍କ କମାଲ । ଲଞ୍ଚ ବ୍ରେକ ସୁଦ୍ଧା 21.4 ଓଭରରେ 6 ୱିକେଟ ହରାଇ ମାତ୍ର 73 ରନ୍‌ କରିଛି ଅତିଥି ଦଳ ।

ପିଙ୍କ ବଲ ଟେଷ୍ଟ
author img

By

Published : Nov 22, 2019, 4:20 PM IST

କୋଲକାତା: ଶୁକ୍ରାବାରଠୁ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଆରମ୍ଭ ହୋଇଛି ଐତିହାସିକ ଦିବା-ରାତ୍ର ଟେଷ୍ଟ ମ୍ୟାଚ । ଯାହା କି ପିଙ୍କ ବଲରେ ଖେଳାଯାଉଛି । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅତିଥି ବାଂଲାଦେଶ ପ୍ରଥମ ଦିନ ଖେଳର ଲଞ୍ଚ ବ୍ରେକ ପୂର୍ବରୁ ବ୍ୟାକଫୁଟକୁ ଚାଲିଯାଇଛି ।

ପିଙ୍କ ବଲ ଟେଷ୍ଟ
ପିଙ୍କ ବଲ ଟେଷ୍ଟ

ଲଞ୍ଚ ବ୍ରେକ ସୁଦ୍ଧା 21.4 ଓଭରରେ 6 ୱିକେଟ ହରାଇ ମାତ୍ର 73 ରନ୍‌ କରିଛି ଅତିଥି ଦଳ । ଓପନର ଶାଦମାନ ଇସଲାମ 29 ରନ୍‌ କରିଥିବାବେଳେ ଅଧିନାୟକ ମୋମିନୁଲ ହକ୍‌, ମହମ୍ମଦ ମିଥୁନ ଓ ଅଭିଜ୍ଞ ମୁଶିଫକର ରହିମ ଖାତା ଖୋଲି ନ ପାରି ଆଉଟ୍‌ ହୋଇଛନ୍ତି ।

ଲଞ୍ଚ ବ୍ରେକ ସୁଦ୍ଧା ଲିଟନ ଦାସ 24ରନ କରିଥିବା ବେଳେ ରିଟାଏର୍ଡ ହର୍ଟ ହୋଇ ପାଭେଲିଅନ ପେରିଛନ୍ତି । କ୍ରିଜରେ ଇବାଦତ ହୋସାନି ଓ ନିଇମ ହାସନ ଖାତା ନ ଖୋଲି ଅପରାଜିତ ରହିଛନ୍ତି । ଉମେଶ ଯାଦବ ଆଟାକିଂ ବୋଲିଂର ପ୍ରଦର୍ଶନ କରି 3ଟି ୱିକେଟ ହାତେଇ ସାରଛିନ୍ତି । ସେହିପରି ଇଶାନ୍ତ ଶର୍ମା 2ଟି ଓ ମହମ୍ମଦ ଶାମି ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି ।

ସଂକ୍ଷିପ୍ତ ସ୍କୋର-

  • ବାଂଲାଦେଶ ପ୍ରଥମ ଇଂନିସ: 73/6, 21.4 ଓଭର (ଶାଦମାନ ଇସଲାମ 29, ଲିଟନ ଦାସ 24-ରିଟାଏର୍ଡ ହର୍ଟ, ଉମେଶ ଯାଦାବ-29/3)

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.