ETV Bharat / sports

ପିଙ୍କ୍‌ ବଲ ଟେଷ୍ଟ: ସବୁ ଶିକାର କଲେ ପେସର, ସ୍ପିନରଙ୍କ ହାତ ଖାଲି

ବାଂଲାଦେଶର ପ୍ରଥମ ଇଂନିସର 10ଟି ଯାକ ୱିକେଟ ଅକ୍ତିଆର କରିଛନ୍ତି ଭାରତୀୟ ପେସ୍‌ ବୋଲର । ତେବେ ଏହା ଭାରତୀୟ କ୍ରିକେଟ ଇତିହାସରେ 4ର୍ଥ ଥର ହୋଇଛି ।

author img

By

Published : Nov 22, 2019, 11:59 PM IST

ପିଙ୍କ୍‌ ବଲ ଟେଷ୍ଟ

କୋଲକାତା: ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ । ଯାହା କି ପିଙ୍କ ବଲରେ ଖେଳାଯାଉଛି । ତେବେ ପ୍ରଥମ ଦିନରେ ଗୋଲାପୀ ବଲ ତାର କରମତି ଦେଖାଇଛି । ବଲର ଅତ୍ଯଧିକ ସୁଇଙ୍ଗ ଦେଇଛି ପେସ ବୋଲରଙ୍କୁ ଫାଇଦା । ଭାରତୀୟ ଦୃତ ବୋଲର ଏହାର ଭରପୁର ଫାଇଦା ଉଠାଇଛନ୍ତି । ଭାରତୀୟ ବୋଲିଂର ପ୍ରଥମ ଇଂନିସରେ 10ଟି ଯାକ ୱିକେଟ ଅକ୍ତିଆର କରିଛନ୍ତି ପେସ୍‌ ବୋଲର । ତେବେ ଏହା ଭାରତୀୟ କ୍ରିକେଟ ଇତିହାସରେ 4ର୍ଥ ଥର ହୋଇଛି ।

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅତିଥି ବାଂଲାଦେଶ 30.3 ଓଭରର ଖେଳରେ ମାତ୍ର 106ରନ କରି ସମସ୍ତ ୱିକେଟ ହରାଇଥିଲା । ଭାରତୀୟ ଦଳ ପକ୍ଷରୁ ଇଶାନ୍ତଙ୍କ 5 ୱିକେଟ ହଲ ବ୍ୟତିତ, ଉମେଶ ଯାଦବ 3ଟି ଓ ମହମ୍ମଦ ଶାମି ଦୁଇଟି ୱିକେଟ ଅକ୍ତିଆର କରିଛନ୍ତି । ତେବେ ରବିନ୍ଦ୍ର ଜାଡେଜା ଏକମାତ୍ର ସ୍ପିନର ଭାବେ ମାତ୍ର ଗୋଟିଏ ଓଭର ବୋଲି କରିଛନ୍ତି ।

ତେବେ ପେସରଙ୍କ ଏହିଭଳି କମାଲ ପୂର୍ବରୁ ମଧ୍ୟ ଭାରତୀୟ କ୍ରିକେଟ ଇତିହାସରେ ରହିସାରିଛି । 1981-82 ମୁମ୍ବାଇ ମ୍ୟାଚ, 1983-84 ଅହମ୍ମଦାବାଦ ମ୍ୟାଚ, 2017-18 କୋଲକତା ମ୍ୟାଚରେ ପେସ ବୋଲରଙ୍କ କମାଲ ଦେଖିବାକୁ ମିଳିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.